ଓଡିଶା କୈବର୍ତ୍ତ ମହାସଭାର ସାଧାରଣ ଅଧିବେଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ୫ମ ସାଧାରଣ ଅଧିବେଶନ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ବରଗଡ଼ ଜିଲ୍ଲା କୈବର୍ତ୍ତ ମହାସଭା ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଭାଜପା ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ । ମହାସଭାର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ସଭା ପରିଚାଳନା କରିଥିଲେ । ଏହି ଅବସରରେ ‘ମହାଚୈତ୍ର ମହୋତ୍ସବ’ ପୁସ୍ତକର ଚତୁର୍ଦ୍ଦଶ ସଂସ୍କରଣ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.