oom

ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ପ୍ରାନ୍ତୀୟ ଅଧିବେଶନରେ ବଲାଙ୍ଗିର ମାରୱାଡ଼ି ସମ୍ମେଳନ ସମ୍ମାନିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ ଅଧିବେଶନ ବଲାଙ୍ଗିର ମାରୱାଡ଼ି ସମ୍ମେଳନ ସମ୍ମାନିତ ହୋଇଥିବା ଜଣାପଡ଼ିଛି । ଝାରସୁଗୁଡ଼ାର ହୋଟେଲ ମେ’ଫେୟାର୍‌ରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ଅଧିବେଶନ ଆୟୋଜିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ତିନିଶହରୁ ଅଧିକ ସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ ସେଠ୍‌ ଉପସ୍ଥିତ ଥିବା ବେଳେ ସେ କହିଥିଲେ ଯେ, ବର୍ତ୍ତମାନ ଯୁବ ସମାଜ ରାଜନୀତିରେ ଯୋଗଦେବା ଉଚିତ । ଯେଉଁ ଦିନ ଅନେକ ଯୁବକ ରାଜନୀତିକୁ ଆସିବେ, ସେହି ଦିନରୁ ବିକାଶର କାର୍ଯ୍ୟ ଆହୁରି ବଢିବ । କାର୍ଯ୍ୟକ୍ରମରେ ଝାରଖଣ୍ଡର ପ୍ରାନ୍ତୀୟ ଅଧ୍ୟକ୍ଷ ବସନ୍ତ ମିତ୍ତଲ୍‌, ଉତ୍କଳ ପ୍ରାନ୍ତୀୟ ଅଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲଙ୍କ ସହିତ ଅନେକ ସୁନାମଧନ୍ୟ ବ୍ୟକ୍ତିବିଶେଷ ମଂଚାସୀନ ଥିଲେ । ଏଠାରେ ଆଗାମୀ ଦୁଇ ବର୍ଷ ପାଇଁ ଉତ୍କଳ ପ୍ରାନ୍ତୀୟ ମାରୱାଡ଼ି ସମ୍ମେଳନର ନୂଆ ଅଧ୍ୟକ୍ଷ ଭାବରେ ସମ୍ବଲପୁରର ଦିନେଶ ଅଗ୍ରୱାଲକୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ମାରୱାଡ଼ି ସମ୍ମେଳନକୁ ସଦସ୍ୟତା ଓ ଶାଖା ବିସ୍ତାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଇଥିବାରୁ ସମ୍ମାନିତ କରାଯାଇଥିଲା । ସଭାପତି ଇଂ ମନୋଜ ଜୈନ, ପୂର୍ବତନ ରାଜ୍ୟ ଶାଖା ଅଧ୍ୟକ୍ଷ ନକୁଲ ଅଗ୍ରୱାଲ, ପ୍ରାନ୍ତୀୟ ରାଜନୈତିକ ଚେୟାରମେନ ବିଷ୍ଣୁ ପ୍ରସାଦ କେଡିଆ, ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ମିଡିଆ ପ୍ରଭାରୀ ସାମ୍ୱାଦିକ ପୱନ୍‌ ଅଗ୍ରୱାଲ, ମୋହନ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ବାବୁଲାଲ କେଡ଼ିଆ ପ୍ରମୁଖ ସମ୍ମାନ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.