ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ବିଧାନସଭା ପରିସରରେ ବିଜେଡି ବିଧାୟକ ଦଳଙ୍କ ବୈଠକ ଆରମ୍ଭ ହୋଇଛି । ବିଧାନସଭାରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସାରିବା ସହ ତାଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଛି । ବଜେଟ୍ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିବ । ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୩୧ ଯାଏଁ ଚାଲୁ ରହିବ ବୋଲି ସୂଚନା ରହିଛି । ଦୀର୍ଘ ୨ ବର୍ଷ ପରେ ଗୃହକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି । ୩୦ରେ କାମଚଳା ବଜେଟ୍ ଆଗତ ହେବ । ବଜେଟ୍ ଆରମ୍ଭ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେଇଛନ୍ତି ।
Prev Post