ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡିତା ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୀଡିତା ସହାୟତା ଯୋଜନା କମିଟିର ଏକ ବୈଠକ ତା.୧୩/୦୪/୨୦୨୩ ରିଖରେ ମାନନୀୟ ଜିଲ୍ଲା ନ୍ୟାୟାଧିଶ-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତୀପ ଗୁରୁ ଏବଂ ଅନ୍ୟାନ୍ୟ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ଥିଲେ । ଉକ୍ତ କମିଟିର ବୈଠକରେ ୨୬ଟି ଦରଖାସ୍ତ ସହାୟତା ରାଶି ମଞ୍ଜୁର ନିମନ୍ତେ ବିଚାରକୁ ନିଆଯାଇଥିଲା । ଏଥିମଧ୍ୟରୁ ୧୩ଟି ଦରଖାସ୍ତକୁ ସହାୟତା ପୀଡିତା ସହାୟତା ଯୋଜନା କମିଟି ଦ୍ୱାରା ଯୋଗ୍ୟ ବିବେଚିତ କରାଯାଇ ମୋଟ ୨୨,୭୦,୦୦୦ ଟଙ୍କା ସହାୟତା ରାଶି ମଞ୍ଜୁର କରାଯାଇଥିଲା । ପ୍ରକାଶ ଥାଉକି ଦରଖାସ୍ତ ମଧ୍ୟରେ ସ୍ୱର୍ଗତ ମମିତା ମେହେରଙ୍କ ଭାଇ ବଣ୍ଟି ମେହେର ଦେଇଥିବା ଦରଖାସ୍ତକୁ ବିଚାରକୁ ନିଆଯାଇ ପୀଡିତା ସହାୟତା ରାଶି ରୂପେ ୧୦,୦୦,୦୦୦ ଟଙ୍କା ମଞ୍ଜୁର କରାଯାଇଥିଲା ।

ପ୍ରାଧିକରଣର ଏଭଳି ପଦକ୍ଷେପକୁ ସାଧାରଣ ଜନତା ସ୍ୱାଗତ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ପୀଡିତାଙ୍କ ପରିବାରକୁ ଉଚିତ୍‌ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ଜନସାଧାରଣଙ୍କ ମଧ୍ୟରେ ମତପ୍ରକାଶ ପାଇଛି । ଏଭଳି ନିଷ୍ପତ୍ତି ଅନ୍ୟାନ୍ୟ ସମାନ ମାମଲା ପାଇଁ ଏକ ଉଦାହରଣ ସୃଷ୍ଟି କରିବା ସହିତ ଏହିଭଳି ମାମଲାରେ ସମାନ କ୍ଷତି ସହିଥିବା ପରିବାରକୁ ତ୍ୱରିତ ଆର୍ଥିକ ସହାୟତା ମିଳିବା ଦିଗରେ ସହାୟକ ହେବ ବୋଲି ଆଶା ଏବଂ ବିଶ୍ୱାସ ।

Leave A Reply

Your email address will not be published.