ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବିବିନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଉତ୍ସବ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ, ସମ୍ମାନିତ ଅତିଥି କବିରାଜ ସୁରେନ୍ଦ୍ର ଭୋଇ, କଲେଜର ଅଧ୍ୟାପିକା ଅନିମା ନନ୍ଦ, ପଥରଚେପା ବିଦ୍ୟାଳୟ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଓ ମହିମୁଣ୍ଡା ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆ ପ୍ରମୁଖ ଯୋଗଦେଇ ଶିକ୍ଷାନୁଷ୍ଠାନର ଉନ୍ନତି ତଥା ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରିବା ସହ ଉତ୍ତମ ଚରିତ୍ର ଗଠନ ସହ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତା କାମନା କରିଥିଲେ । ଏହି ପରିପେକ୍ଷୀରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଜିତେନ ତାଣ୍ଡି ପରିଚାଳନା କରିଥିବାବେଳେ ଶିକ୍ଷକ ଓମ ପ୍ରକାଶ ଦୁର୍ଗା ଧନ୍ୟବାଦ ପ୍ରଦାନ ପ୍ରଦାନ କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ କେଶବ ମେହେର, ପଥରଚେପା ବିଦ୍ୟାଳୟ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଓ ମହିମୁଣ୍ଡା ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ମୁରିବାହାଲ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସଂଗୀତ ଗାନ ପରିବେଷଣ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ଜୁନିୟର ଓ ସିନିୟର ବିଭାଗ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ନେଇ ପ୍ରବନ୍ଧ, ବକୃତା, ଡ୍ରଇଙ୍ଗ, ତର୍କ, ନୃତ୍ୟ ଓ କୁଇଜ ଭଳି ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା । ଏହାର ନୃତ୍ୟ ପ୍ରତିଯୋଗିତା ବେଶ ଆକର୍ଷଣୀୟ ରହିଥିବା ଦେଖିବାକୁ ମିଳିଥିଲା । ଉତ୍ସବରେ ଶିକ୍ଷକ ସରୋଜ ପ୍ରଧାନ, କାହ୍ନା ଭୋଇ , ସନ୍ତୋଷ ସ୍ୱର୍ଣ୍ଣକାର, ଭୁମନ୍ତ ମାଝୀ, ବସନ୍ତ ଭରାସଗରିଆ, ସୁଶାନ୍ତ କୁମାର ବାରିକ, ସୁଶିଲ ମହାନନ୍ଦ, ଶିକ୍ଷୟତ୍ରୀ ଦିବ୍ୟା ସୋରେଙ୍ଗ, ସୁପ୍ରିମା ପ୍ରଧାନ, ଋତୁପର୍ଣ୍ଣା ନନ୍ଦ, ସିମ୍ପଲ ସାହୁ, ଦୀପ୍ତିମୟୀ ହୋତାଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସରେ ୧୪ ଗୋଟି ବ୍ଲକର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!