om academy

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ଉପସଭାପତି ତଥା କାର୍ଯ୍ୟକ୍ରମର ସଂଯୋଜକ ଡ. ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ମାସିକ ସାହିତ୍ୟ ଆସରରେ ଇଂ ଅଭୟ କୁମାର ଦାସ ମୁଖ୍ୟ ଅତିଥି ଓ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ. ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ରଜ ପର୍ବର ବୈଜ୍ଞାନିକ, ସାଂସ୍କୃତିକ ଓ ସାମାଜିକ ବିଶେଷତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଉଭୟ ମୁଖ୍ୟ ଅତିଥି ଇଂ ଦାସ ଓ ମୁଖ୍ୟ ଆଲୋଚକ ଡ. ସ୍ୱାଇଁ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି ରଜପର୍ବର ପରମ୍ପରା କିପରି ସାଂସ୍କୃତିକ ଓ ସାମାଜିକ ବିଶେଷତ୍ଵର ବାର୍ତ୍ତାବହ ହୋଇପାରିଛି ତଥା ରଜପର୍ବରେ ଚାଷ କର୍ମରୁ ବିରାମ, ବସୁଧାକୁ କର୍ଷଣ ନକରିବା, ଝିଅ ବୋହୂମାନେ କଦଳୀ ପଟୁଆ ପିନ୍ଧି ଚାଲିବା, ସର୍ବୋପରି ପିଠା ପଣା, ପାନ ବଣ୍ଟନ ମାଧ୍ୟମରେ ଭାଇଚାରା ସୃଷ୍ଟି ଓ ମାଟିର ଉର୍ବରତା ପାଇଁ ବର୍ଷାର ମିଳନ, ଏହାପଛରେ ବୈଜ୍ଞାନିକ ମନୋଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ନୃସିଂହ ଚରଣ ବିଶ୍ୱାଳ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଚ୍ଚନା ମହାନ୍ତି ଓ ଗୌତମ ଦାସଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରବିନ୍ଦ୍ର ନାଥ ମହାନ୍ତି, ଉପେନ୍ଦ୍ର କୁମାର ବସ୍ତିଆ, ଆଶୁତୋଷ ଜ୍ୟୋତିଷୀ, ସୁଶାନ୍ତ ନାୟକ, ତ୍ରିଲୋଚନ ସ୍ୱାଇଁ, ପରେଶ କୁମାର ବିଶ୍ୱାଳ, ଡ. ପ୍ରତାପ କୁମାର ସ୍ୱାଇଁ, ଗୌତମ ଦାସ ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂଯୋଜକ ଡ. ପ୍ରଧାନ ଅତିଥି ମାନଙ୍କ ପରିଚୟ ସହ ଆଲୋଚ୍ୟ ବିଷୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସଞ୍ଜୟ ମହାନ୍ତି, ଜୟଶ୍ରୀ ଦାସ, ବିଜୟ କୁମାର ପାତ୍ର, ପଞ୍ଚାନନ ପାତ୍ର, ରାଧାକାନ୍ତ ମିଶ୍ର, ଦୀନବନ୍ଧୁ ମୁଦୁଲି, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ସମ୍ପାଦକ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.