om academy

କୋଟଗଡ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ କୋଟଗଡ ଓ ସାହାରା ସ୍ୱେଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ କୋଟଗଡ ପଞ୍ଚାୟତ ସମିତି ସଭାଗୃହରେ ସେବା ଓ ଯନ୍ତ୍ର ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ କନ୍ଧମାଳ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ଜୁନ ପ୍ରଧାନ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି ପ୍ରଶାସନ ସବୁବେଳେ ଶିଶୁ ଓ ଲୋକଙ୍କ ସେବାରେ ଅଛନ୍ତି ବୋଲି କହିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସାହାରା ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ପଦକ୍ଷେପକୁ ପ୍ରଶଂସା କରି ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ କଲେ ସାହାରା ଅନୁଷ୍ଠାନ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କ୍ୟାମ୍ପରେ କୋଟଗଡ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ୮୧ ଜଣ ସେବା ଓ ଯନ୍ତ୍ର ଆବଶ୍ୟକ କରୁଥିବା ଶିଶୁ ସେମାନଙ୍କର ଅଭିଭାବକଙ୍କ ସହ ଯୋଗ ଦେଇଥିଲେ । ଏହି କ୍ୟାମ୍ପରେ ୮୧ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଚିହ୍ନଟ କରି ସେମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ଯଥା, ଆଶୀର୍ବାଦ ଯୋଜନା, ଭିନ୍ନକ୍ଷମ ଯୋଜନା, ସ୍ପନ୍ସସରସିଫ୍ ଯୋଜନା, ଏହିପରି ଅନେକ ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରଜତ କୁମାର ଦିଗାଳ ଓ କମିଟିର ସଦସ୍ୟ ସଦାଶିବ ପାତ୍ର, ରାମଚଦ୍ର ପରିଡା ଓ କମିଟିର ସଦସ୍ୟା ମମତା ଦାସ, ଏଡିଇଓ ଅନିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥାଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ସମାଜସେବୀ ମନୋଜ ସାବତ ଓ ସାହାରା ଅନୁଷ୍ଠାନର ସଂଯୋଜକ ଡି ବାଦଳ ଦେବ, ମୀରା ପ୍ରଧାନ, ସୁକାନ୍ତ ବଳିୟାର ସିଂ, ସୁପରଭାଇଜର ସବିତା ଜେନା, ଶିଶୁ ସୁରକ୍ଷା ୟୁନିଟର ସୁନିଲ ପ୍ରଧାନ, ସରୋଜ କହଁର, ବାବୃ ମୋହନ ମାଝୀ, ବନବାସି ଅନୁଷ୍ଠାନର ଆଲୋକ, ସିସିଆଇର ନିର୍ମଳା ରାଉତ ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.