ଓଏଏସ ସ୍ତରରେ ଅଦଳବଦଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଏଏସ ଅଧିକାରୀଙ୍କ ସ୍ତରରେ ଗତକାଲି ଛୋଟ ଧରଣର ଅଦଳବଦଳ ହୋଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଚିଠି ନମ୍ବର No.PR.BDO.ESST.0001-2022/13720,PR& DW dt.19.7.2022 ଅନୁଯାୟୀ ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକର ନୂତନ ବ୍ଲକ ଉନ୍ନୟନ ଅଧିକାରୀ ଭାବରେ ଶ୍ରୀମତୀ ଦେବଯାନୀ ଭୁୟାଁଙ୍କୁ ବଦଳି ହୋଇଛନ୍ତି । ପୂର୍ବରୁ ସେ ଉଦଳା ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ବରପାଲିର ନୂତନ ବ୍ଲକ ଉନ୍ନୟନ ଅଧିକାରୀ ଭାବରେ ସଂଗ୍ରାମ କେଶରୀ ପଣ୍ଡାଙ୍କୁ ବଦଳି ହୋଇଛି । ପୂର୍ବରୁ ସେ ବେତନଟୀ ବ୍ଲକ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ବରପାଲି ବିଡ଼ିଓଙ୍କୁ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାକୁ ବଦଳି ହୋଇଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଜୟନ୍ତ ସାହୁଙ୍କୁ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବିଡ଼ିଓ ଭାବେ ବଦଳି ହୋଇଛି । ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ପ୍ରମୋଦ ଚନ୍ଦ୍ର ମେହେରଙ୍କୁ ଅତାବିରା ବ୍ଲକର ନୂତନ ବିଡ଼ିଓ ଭାବେ ବଦଳି କରାଯାଇଛି । ଅତାବିରା ବିଡ଼ିଓ ବିଶ୍ୱନାଥ ସାହୁଙ୍କୁ ରାଜବୋଡାସମ୍ବର ବିଡ଼ିଓ ଭାବେ ବଦଳି ହୋଇଛି । ପଦ୍ମପୁର ବିଡ଼ିଓଙ୍କୁ ସମ୍ବଲପୁର ଆରଡିସି କାର୍ଯ୍ୟାଳୟକୁ ବଦଳି ହୋଇଛି । ବିଜେପୁର ବିଡ଼ିଓ ତୃପ୍ତି ବରାଇଙ୍କୁ ସୁନ୍ଦରଗଡ଼ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।

Leave A Reply

Your email address will not be published.