oom

କନ୍ଧମାଳ ଜିଲ୍ଲାରେ ପୋଲିସ ଏସ୍ଆଇ ଓ ଏଏସ୍‌ଆଇ ସ୍ତରରେ ବ୍ୟାପକ ଅଦଳ ବଦଳ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ପୋଲିସ ଏସ୍ଆଇ ଏବଂ ଏଏସ୍ଆଇ ଅଦଳ ବଦଳ ହୋଇଥିବା ଜଣାପଡିଛି । କନ୍ଧମାଳ ପୋଲିସ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟିରେ ଏହି ବଦଳି ଆଦେଶ ବାହାରିଥିବା ଜଣାପଡିଛି । ମାନ୍ୟବର ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମାକୁ ପାଳନ କରି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଥିବା ଜଣାପଡିଛି । ୧୯ ଜଣ ଏସ୍‌ଆଇ ଓ ୧୨ ଜଣ ଏଏସ୍‌ଆଇଙ୍କ ବଦଳି ହୋଇଥିବା କନ୍ଧମାଳ ଏସ୍‌ପି ଅଫିସ ଚିଠି ନମ୍ବର ୨୧ /୨୪ ତା,୧୦- ୦୧-୨୪ରେ ପ୍ରକାଶ ପାଇଛି । ଚିଠି ପ୍ରକାରେ ଏସ୍‌ଆଇ ତପନ କୁମାର ଦାସ ଫିରିଙ୍ଗିଆ ଥାନାରୁ ରାଇକିଆ, ବେଲଘର ଥାନାର ଭାରପ୍ରାପ୍ତ ଅଧିକାରୀ ଦୀପକ ରାଉତଙ୍କୁ ଫିରିଙ୍ଗିଆ, କୃଷ୍ଣଚନ୍ଦ୍ର ବେହେରାଙ୍କୁ ଚକାପାଦରୁ ସାରଙ୍ଗଡ, ପ୍ରମୋଦ କୁମାର ବେହେରାଙ୍କୁ କ.ନୂଆଗାଁରୁ ଫିରିଙ୍ଗିଆ, ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଙ୍କୁ କ.ନୂଆଗାଁ, କୃଷ୍ଣଚନ୍ଦ୍ର ଗୌଡଙ୍କୁ ସାରଙ୍ଗଡ ଥାନାରୁ ଚାକାପାଦ, ସୌମ୍ୟରଂଜନ ପତିଙ୍କୁ କ.ନୂଆଗାଁରୁ ବେଲଘର ଥାନା ଭାରପ୍ରାପ୍ତ ଅଧିକାରୀ, ରୂପକ ଦଳାଇଙ୍କୁ ଫୁଲବାଣୀ ଟାଉନ ଥାନାରୁ ଗୋଛାପଡା ଥାନା, ମନୋରଂଜନ ଭୋଇଙ୍କୁ ଗୋଛାପଡା ଥାନାରୁ ଟାଉନ ଥାନା, ଆଶୁତୋଷ ପାଇକରାୟଙ୍କୁ ବାଲିଗୁଡାରୁ ରାଇକିଆ ଭାରପ୍ରାପ୍ତ ଥାନା ଅଧିକାରୀ, ରଣଜିତା ବେହେରାଙ୍କୁ ଟାଉନ ଥାନାରୁ ଘୁ.ଉଦୟଗିରି ଆଦର୍ଶ ଥାନା, ବିକାଶ କୁମାର ଜାଲିକୁ ଫିରିଙ୍ଗିଆରୁ ବାରଖମା ଫାଣ୍ଡି, ହରିଶଙ୍କର ମାଠିଆ ବାରଖମା ଫାଣ୍ଡିରୁ ଖଜୁରୀପଡା, ଓମ୍ ନାରାୟଣ ପାତ୍ରଙ୍କୁ ବାଲିଗୁଡାରୁ ଜିଲ୍ଲା ମୁଖ୍ୟାଳୟ, ଦୀନବନ୍ଧୁ ପ୍ରଧାନଙ୍କୁ ଖଜୁରୀପଡାରୁ ଟିକାବାଲି, ସଞ୍ଜୟ କୁମାର ସ୍ଵାଇଁଙ୍କୁ ଟିକାବାଲିରୁ ବାଲିଗୁଡା, କିଶୋର ଚନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟାଳୟରୁ ବାଲିଗୁଡା, ରୀତାଞ୍ଜଳି ସାହୁଙ୍କୁ ମୁଖ୍ୟାଳୟରୁ ଟାଉନ ଥାନା, ଦାମୟନ୍ତୀ ବେହେରାଙ୍କୁ ମୁଖ୍ୟାଳୟରୁ କ.ନୂଆଗାଁ ଥାନାକୁ ବଦଳି ହୋଇଛି । ସେହିପରି ଏଏସ୍‌ଆଇ ବିଦେଶୀ ପ୍ରଧାନଙ୍କୁ ବାଲିଗୁଡାରୁ ପସରା ଫାଣ୍ଡି, ପ୍ରକାଶ କୁମାର ବିଷୋଇଙ୍କୁ ଖଜୁରିପଡାରୁ ବାଲିଗୁଡା, ଯୁଗଳ କିଶୋର ନାୟକଙ୍କୁ ସଦର କୋର୍ଟରୁ କୋଟଗଡ କୋର୍ଟ, ବିଜୟ କୁମାର ନାୟକଙ୍କୁ କୋଟଗଡ କୋର୍ଟରୁ ସଦର କୋର୍ଟ, ନାରାୟଣ ପ୍ରଧାନଙ୍କୁ ବେଲଘରରୁ ଘୁ.ଉଦୟଗିରି ଆଦର୍ଶ ଥାନା, ପ୍ରମୋଦ କୁମାର ଦୀପଙ୍କୁ ଲାଇନପଡା ଫାଣ୍ଡିରୁ ଖଜୁରୀପଡା ଥାନା, ବୀରେନ୍ଦ୍ର ପ୍ରଧାନଙ୍କୁ ରାଇକିଆରୁ ଟାଉନ ଥାନା, ବିଷ୍ଣୁ ଚରଣ କହଁରଙ୍କୁ ପସରା ଫାଣ୍ଡିରୁ ଲାଇନପଡା ଫାଣ୍ଡି, ଉଦ୍ଧବ କୁମାର ଜାନିଙ୍କୁ ଖଜୁରୀପଡାରୁ ବାରଖମା ଫାଣ୍ଡି, ରାମକାନ୍ତ ପ୍ରଧାନଙ୍କୁ ଜିଲ୍ଲା ମୁଖ୍ୟାଳୟରୁ ଗୋଛାପଡା ଥାନା, ରାମକୃଷ୍ଣ ବେହେରାଙ୍କୁ ଜିଲ୍ଲା ମୁଖ୍ୟାଳୟରୁ ଖଜୁରୀପଡା, ରବୀନ୍ଦ୍ର କୁମାର ସେଠୀଙ୍କୁ ଜିଲ୍ଲା ମୁଖ୍ୟାଳୟରୁ ଘୁ.ଉଦୟଗିରି ଆଦର୍ଶ ଥାନାକୁ ବଦଳି ହୋଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.