ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାତି ୧୧ ଟା ବେଳେ ଅଚାନକ ପହଞ୍ଚିଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାତି ୧୧ ଟାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନରେ ଯାଇ ସମସ୍ତ ବିଭାଗକୁ ବୁଲି ଡିଉଟିରେ ଥିବା ସମସ୍ତ ଡାକ୍ତର, କର୍ମଚାରୀଙ୍କ କାର୍ଯ୍ୟ ତାଦରଖ କରିଛନ୍ତି । ଡ. ସାହୁ ଏହି ପରିଦର୍ଶନ ବେଳେ ନାଲି ବତି ଗାଡ଼ିରେ ନ ଯାଇ ହଠାତ୍ ଜଣେ ସାଧାରଣ ଲୋକଙ୍କ ଭଳି ମେଡିକାଲରେ ପହଞ୍ଚି ସ୍ୱଚ୍ଛତା, ରୋଗୀ ସେବା ଓ ସୁରକ୍ଷା ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବା ସହ ରୋଗୀ ସେବାରେ ଅବହେଳା ନ କରିବାକୁ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେବା ପରେ ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ପରିଦର୍ଶନ କରୁଥିବାରୁ ବିଭାଗର ଅନେକ ସମସ୍ୟାର ଆସ୍ତେ ଆସ୍ତେ ସୁଧାର ଆସିଛି । ସେ ହଠାତ୍ କେତେବେଳେ ଦୂରରେ ଗାଡି ରଖି ଚାଲି ଚାଲି ମେଡିକାଲ୍ ପହଞ୍ଚି ଯାଆନ୍ତି ତ ବେଳେ ବେଳେ ସ୍କୁଟିରେ ବି ପହଂଚି ଯାଆନ୍ତି । ଜିଲ୍ଲାପାଳଙ୍କ ଏଭଳି ରାତି ଅଧିଆ ଅଚାନକ ପରିଦର୍ଶନ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଛାନିଆ ହୋଇଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.