jayashree

ସେମେଲମୁଣ୍ଡା ଗ୍ରାମରେ ପିଇବା ପାଣି ସମସ୍ୟା : ୬ ମାସ ହେଲା ସୋଲାର୍‌ ନଳକୂପ ଅଚଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର(ଡୁଡୁକା)ବ୍ଲକ୍‌ କୁଟାସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗାଁରେ ସୋଲାର୍‌ ନଳକୂଅର ଟାଙ୍କି ଫାଟି ଯାଇଥିବାରୁ ୬ ମାସ ହେଲା ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ପୂର୍ବ ପାଣି ଉତ୍କଟ ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଫଳରେ ଅସମ୍ଭାଳ ଖରା ତାତିରେ ପାଣି ଟିକକ ପାଇଁ ଗ୍ରାମବାସୀ ବହୁ କଷ୍ଟ ଓ ଅସୁବିଧା ଭୋଗୁଛନ୍ତି । ୩ ୱାର୍ଡ ବିଶିଷ୍ଟ ଏଇ ଗାଁରେ ଗୋଟିଏ ମାତ୍ର ପିଇବା ପାଣି ଯୋଗ୍ୟ ସୋଲାର୍‌ ସିଷ୍ଟମ୍‌ ନଳକୂଅ ଥିବାରୁ ଏହାର ମରାମତି ଶୀଘ୍ର କରିବାକୁ ଗ୍ରାମବାସୀ ଦାବିକରିଛନ୍ତି । ଏ ସମ୍ପର୍କରେ ଭିଭାଗୀୟ କର୍ମଚାରୀଙ୍କୁ ବହୁବାର ଜଣେଇଥିଲେ ସୁଦ୍ଧା କିଛି ସୁଫଳ ମିଳୁନଥିବା କହିଛନ୍ତି । ଗାଁର ଜଳକଷ୍ଟ ଦୂର କରିବାକୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସି ଦାବୀ କରିଛନ୍ତି । ଏହି ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ପଂଚାୟତ ତାରଫରୁ ଆଖି ଦୃଶିଆ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ରହୁଥିବାର ଦୃଷ୍ଟାନ୍ତ ଅଛି । ଏଠାରେ ସୂଚନା ଯୋଗ୍ୟ ଯେ, ଯଦି ଆଗାମୀ ସପ୍ତାହରେ ଏହି ସୋଲାର୍‌ ନଳକୂପ ମରାମତି କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଅନୁସରଣ କରିବାକୁ ପଛାଇବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.