oum

ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର : ଜଣେ ମୃତ ୨ ଗୁରୁତର

jsm

ନୟାଗଡ଼ : ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ୨ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଏହି ଟ୍ରାକ୍ଟରଟି ଶିଖରପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଖଣ୍ଡପଡା ସୁନାମୁହିଁ ଠାରେ ଭାରସାମ୍ୟ ହରାଇବାରୁ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇଜଣ ଆହତ ହୋଇଥିବା ବେଳେ ସ୍ଥାନୀୟ ଶିଖରପୁର ଗାଁର ଅଭୟ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ୨ ଗୁରୁତରଙ୍କୁ ଖଣ୍ଡପଡା ଡାକ୍ତରଖାନାରେ ଭର୍ତ୍ତି କରାଇଛି ।

Leave A Reply

Your email address will not be published.