କୋଇଲା ବୋଝେଇ ଟ୍ରକ୍‌-ବୋଲେରୋ ମଧ୍ୟରେ ଧକ୍କା : ଜଣେ ମୃତ, ୫ ଆହତ

ସୁନ୍ଦରଗଡ : ଆଜି ପ୍ରାୟ ସମୟ ୭ଟାରେ ସୁନ୍ଦରଗଡ ଜିଲ୍ଲାରେ ଟାଙ୍ଗରପାଲି ଠାରେ ଏକ କୋଇଲା ବୋଝେଇ ଟ୍ରକ ଏବଂ ବୋଲେରୋ ମଧ୍ୟରେ ଧକ୍କା ହୋଇଛି । ସୂଚନା ଅନୁସାରେ କୁହାଯାଉଛି ଯେ, ଗମ୍ଭାରିଡିହି ଗ୍ରାମରୁ ଏକ ବୋଲେରୋ ପାଲା ପରିବେଷଣକାରୀ ଦଳକୁ ନେଇ ସୁନ୍ଦରଗଡକୁ ଯାଉଥିବା ବେଳେ ଟାଙ୍ଗରପାଲି ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୋଲେରୋରେ ବସିଥିବା ଅନ୍ୟ ୫ ଜଣ ଆହତ ହୋଇଛନ୍ତି ।

Leave A Reply

Your email address will not be published.