ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅବ୍ୟବସ୍ଥା ଘେରରେ ରେଲୱେ ଷ୍ଟେସନ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ବିଷମ କଟକ ରେଲୱେ ଷ୍ଟେସନରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ଏହି ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ୍ ୨ଟି ରହି ଥିବା ବେଳେ ବିଷମ କଟକ ବ୍ଲକର ଅଞ୍ଚଳବାସୀ ଏହି ଷ୍ଟେସନକୁ ନିର୍ଭର କରନ୍ତି । ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପିଇବା ଏବଂ ବ୍ୟବହାର ପାଇଁ ପାଣି ଟ୍ୟାପ୍ ଅଛି କିନ୍ତୁ ଅଚଳ ଅବ୍ୟବସ୍ଥାରେ ପଡ଼ିରହିଛି । ସେହିଭଳି ଶୌଚାଳୟ ଅଛି ହେଲେ ତାହା ବି ଅବ୍ୟବସ୍ଥାରେ ପଡ଼ିରହିଛି । ବର୍ଷା ଖରାରେ ଯାତ୍ରୀମାନଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ରେଲୱେ ବିଭାଗ ସମ୍ବଲପୁର ଡିଭିଜନ ଅଧୀନରେ ଏହି ରେଲ ଷ୍ଟେସନ ରହିଛି । ହେଲେ ଏହି ଡିଭିଜନ ବିଷମକଟକ ରେଲୱେ ଷ୍ଟେସନର ଶେଷଭାଗରେ ରହିଥିବାରୁ ଷ୍ଟେସନ ଉପରେ ରେଲୱେ ଅଧିକାରୀଙ୍କ ନଜରରେ ପଡୁନି । ଏବେ ଦେଖିବାକୁ ରହିଲା ଏହି ଷ୍ଟେସନରେ ରେଲୱେ ବିଭାଗ ଅଧିକାରୀଙ୍କ ନଜର କେବେ ପଡିବ ? ଏହି ଅବ୍ୟବସ୍ଥାକୁ ନେଇ ଶ୍ରୁତି ରଞ୍ଜନ ମହାନ୍ତି, ପି. ଅନିଲ କୁମାର, କେଶବ ଉତରସଲି, ଚତୃର୍ଭୂଜା ଟାକ୍ରୀ, ସରପଞ୍ଚ ପି. କିରଣ ଲତା, ଲୋକନାଥ ପରିଚ୍ଛା, ପ୍ରଶାନ୍ତ ପାତ୍ର, ନିରଞ୍ଜନ ଥପା ଓ ନବ ଭାରତ ନିର୍ମାଣ ସେବା ପାର୍ଟିର ବିଧାୟକ ପ୍ରାର୍ଥିନୀ ଶ୍ରୀମତୀ ଅନିତା ଓ ସ୍ଥାନୀୟ ବାସିନ୍ଦା ଆଜି ରେଲୱେ ବିଭାଗ ଓ ସରକାରଙ୍କୁ ମିଡିଆ ମାଧ୍ୟମରେ ଗୁହାରୀ କରିଛନ୍ତି ।
Prev Post