jayashree

ବ୍ଲକ ସ୍ତରୀୟ ଚଇତି ମହୋତ୍ସବରେ ଅବ୍ୟବସ୍ଥା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ବଡ଼ଦାଣ୍ଡ ରଥ ପଡିଆ ଠାରେ ବ୍ଲକସ୍ତରୀୟ ଚଇତି ୨୦୨୪ ପାଳିତ ହୋଇଯାଇଛି । ଚଇତି ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ନୀଳମାଧବ ହିକକା ଚଇତି ଷ୍ଟଲ ଉଦ୍‌ଘାଟନ କରିଥିଲେ । ଅତିଥି ରୁପେ କଲ୍ୟାଣସିଂହପୁର ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, କଲ୍ୟାଣସିଂହପୁର ବ୍ଲକ (କ) ଜୋନ ଜିଲ୍ଲା ପରିଷଦ ଭି. ୱାରା ପ୍ରସାଦ ରାଓ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, କନ୍ଧକୂଳ ସମାଜ ବ୍ଲକ ଉପସଭାପତି ଶଙ୍କର ହୁଈକା, ଡମ ସମାଜର ବ୍ଲକ ସଭାପତି ଜାଗାମ ବେନିଆ, କନ୍ଧକୂଳ ଆଦିବାସୀ ସମାଜର ରାଜ୍ୟ ସମ୍ପାଦକ କାଲିରାମ ମାଝୀ, ବିଜେପି ବ୍ଲକ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା, କଂଗ୍ରେସ ବ୍ଲକ ସଭାପତି ସିଏଚ୍‌ ନାଗେଶ୍ୱର ରାଓ, ବିଜେଡି ବ୍ଲକ ସଭାପତି ସୁନ୍ଦର ରାଓ ବାଗ, କଳାକାର ସଙ୍ଘ ଜିଲ୍ଲା ଉପସଭାପତି ସନ୍ତୋଷ ବଚ୍ଛା, କଲ୍ୟାଣସିଂହପୁର ତହସିଲଦାର ମାନସ ରଞ୍ଜନ ସେଟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ମଞ୍ଚାସୀନ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ସଙ୍ଘକୁ ମଞ୍ଚକୁ ଡାକି ନଥିବାରୁ ଡ୍ରାଇଭର ସଙ୍ଘର ସଭାପତି ସବୁବେଳେ ଡ୍ରାଇଭର ଖୋଜା ଚାଲିଥିବା ବେଳେ ବ୍ଲକ ଚଇତି କାର୍ଯ୍ୟକ୍ରମରେ ଡ୍ରାଇଭର ସଙ୍ଘକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ମଞ୍ଚ ଉପରେ ଠିଆହୋଇ ଚିତ୍କାର କରି କହିଥିଲେ । କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିବ ମନ୍ଦିର ଠାରୁ କଳସ ଯାତ୍ରା ସକାଳ ୭ଟା ୩୦.ମିନିଟ ସମୟରେ ହେବାର ଥିଲା ତାହା ବିଳମ୍ବ ହୋଇ ୧୦ ଘଣ୍ଟା ପରେ କଳସ ଯାତ୍ରା ହୋଇ ପ୍ରାୟ ୧୨ଘଣ୍ଟା ପରେ ଚଇତି ମଣ୍ଡପରେ ପହଞ୍ଚି ଥିଲା । ଚଇତି ମଣ୍ଡପରେ ଅବ୍ୟବସ୍ଥାକୁ ଅଦିନିଆ ବର୍ଷା ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ମହିଳା ପୁରୁଷ ବସିବାକୁ ଜାଗା ନପାଇ କିଛି ସମୟ ଠିଆହୋଇ ଚାଲି ଯାଇଥିଲେ । ଏହି ଚଇତି କାର୍ଯ୍ୟକ୍ରମକୁ ବିଶ୍ୱନାଥ କାଡ୍ରାକା ଏବଂ ଜୟରାମ କୁଲିସିକା ପରିଚାଳନା କରିଥିଲେ ।

Leave A Reply

Your email address will not be published.