ଡୁଙ୍ଗୁରିପାଲି, (ସୁଶୀଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଦ୍ଧାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତର କୁଇଜ ପ୍ରତିଯୋଗିତାରେ ଶିକ୍ଷକ ଯୋଗାନନ୍ଦ ପଧାନ, ମୃତ୍ୟୁଞ୍ଜୟ ଉଦୁରକୁଲିଆ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିବାବେଳେ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ ସ୍ତର ବା ବରିଷ୍ଠ ବର୍ଗର କୁଇଜ ପ୍ରତିଯୋଗିତାରେ ଶିକ୍ଷୟିତ୍ରୀ ମଞ୍ଜୁଲତା ମିଶ୍ର, ଶିକ୍ଷକ କୃଷ୍ଣଚନ୍ଦ୍ର ତଣ୍ଡକାର, ଆଲୋକ ପଧାନ ଓ ଅମ୍ଲାନ ପାଣ୍ଡିଆ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ । ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ, ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ବରିଷ୍ଠ, କନିଷ୍ଠ, ଉପ କନିଷ୍ଠ ବର୍ଗରେ ପ୍ରଥମ ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ବରିଷ୍ଠ ବର୍ଗରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅରିନ୍ଦମ ପଧାନ ପ୍ରଥମ, ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ସୁଦୀପ କୁମାର ସା ଦ୍ଵିତୀୟ, ସମଲେଇ ଚୁଆଁ ଉଚ୍ଚ ବିଦ୍ୟାଳୟର ସୀତା ତରିଆ ତୃତୀୟ, କନିଷ୍ଠ ବର୍ଗରେ ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାର ବିରାଟ ପଧାନ ପ୍ରଥମ, ତିତେରକୁନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିବେକାନନ୍ଦ ମଲ୍ଲିକ ଦ୍ଵିତୀୟ, ବଡ଼ ଫଟାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଚୀ ମାଝୀ ତୃତୀୟ, ଉପ କନିଷ୍ଠ ବର୍ଗରେ ସୁନାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସ୍ୱସ୍ତିକ ବାରିକ ପ୍ରଥମ, ଟୁନିଆମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ରା ବାରିକ ଦ୍ଵିତୀୟ, ବଡ଼ ଫଟାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିନତୀ ଖମାରୀ ଓ ବେହେରାମାଲ ପ୍ରାଥମିକ ବିଦ୍ୟାଳୟର ପ୍ରତିଜ୍ଞା ଥନାପତି ଯୁଗ୍ମ ଭାବେ ତୃତୀୟ ହୋଇଥିଲେ । ସ୍ଥାନୀୟ ସିଆରସିସି ପ୍ରବୀର ଭୋଇ, ଚିତ୍ତରଞ୍ଜନ ଠାକୁର, ସୁରେଶ ନାୟକ, ଦିଲ୍ଲୀପ ପଧାନ, ନରେନ୍ଦ୍ର ପୁରୋହିତ ଓ ଅନ୍ୟ ସିଆରସିସି ତଥା ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବରିଷ୍ଠ ଶିକ୍ଷକ ଥବିର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।