ପଦ୍ମ ଛାଡି ଶଙ୍ଖ ଧରିଲେ ଅଭିନେତ୍ରୀ ଜିନା

ଭୁବନେଶ୍ୱର : ପଦ୍ମ ଛାଡି ଶଙ୍ଖ ଧରିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖ ଭବନରେ ଚାଲିଥିବା ବିଜେଡି ମିଶ୍ରଣ ପର୍ବରେ ଅଭିନେତ୍ରୀ ଜିନା ଯୋଗ ଦେଇଛନ୍ତି । ଦଳ ସଭାପତି ଓ ସଂଗଠନ ସମ୍ପାଦକଙ୍କ ସସ୍ମିତ ପାତ୍ର ଜିନାଙ୍କୁ ସ୍ଵାଗତ କରିଛନ୍ତି । ସେପଟେ ବିଜେଡିରେ ସଦସ୍ୟ ହୋଇ ଥିବାରୁ ନିଜେ ଗର୍ବିତ ବୋଲି କହିଛନ୍ତି ଜିନା । ମୁଖ୍ୟମନ୍ତ୍ରୀଙ୍କ ନୀତିଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ବିଜେଡିରେ ହିଁ ନାରୀଙ୍କୁ ସମ୍ମାନ ମିଳୁଛି ବୋଲି ମତ ରଖୁଛନ୍ତି ଜିନା । ଶୁକ୍ରବାର ସକାଳେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ଥିଲେ ଜିନା । ଦଳ ପାଇଁ ବର୍ଷାଧିକ କାମ କରିବା ସହ ଟିକେଟ ପାଇଁ ଆଶାୟୀ ଥିଲେ । ଟିକେଟ୍ ରେସ୍‌ରୁ ବାଦ ପଡିବା ପରେ ଦଳରେ ଅଣଦେଖା ଅଭଯୋଗ କରିବା ସହ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.