oom

ଆଜିଠୁ ସର୍ବ ପୁରାତନ ବଲାଙ୍ଗିର ରାମଲୀଳା ଆରମ୍ଭ : ରାମଲାଲାଙ୍କ ଅଭିନୟ ଶିଶୁ କଳାକାର ଶୋଭା ପାଇଲା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମ ନବମୀ ଅବସରରେ ରାମଜୀ ନାଟ୍ୟ ସଂସଦ, ବଲାଙ୍ଗିର ତରଫରୁ ରାମଜୀ ମନ୍ଦିର, ରାମଜୀପଡା ଠାରେ ପୂଜା, ହୋମ ସହିତ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରା ସଦାଶିବ ବିରଚିତ ରାମଲୀଳା ବହିକୁ ଆରମ୍ଭ କରି ଶ୍ରୀରାମ ଜନ୍ମୋତ୍ସବ ପାଳନ କରାଯାଇଥିଲା । ନାଟ୍ୟ ସଂସଦର ସଭ୍ୟମାନଙ୍କ ସହିତ ଅନ୍ୟାନ୍ୟ ଶ୍ରଦ୍ଧାଳୁ ରାମଜୀ ମନ୍ଦିରରେ ଉପସ୍ଥିତ ଥିଲେ । ରାମ ନବମୀ ଉତ୍ସବରେ ଜଗନ୍ନାଥ ପଡା ଜଗନ୍ନାଥ ମନ୍ଦିରରୁ ଏକ ଭବ୍ୟ ବିଶାଳ ଶୋଭାଯାତ୍ରା ବାହାରି ଶିଶୁ କଳାକାର ରାମଲାଲାଙ୍କ ବେଶରେ ବେଶ ଆକର୍ଷିତ ହେଇଥିବା ଋଷି ନାଏକ, ମଡମଡା କିର୍ତ୍ତନ ମଣ୍ଡଳି, ଜନକପୁରର କିର୍ତ୍ତନ ମଣ୍ଡଳି ବିମାନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାତା ସୀତା ଓ ସଙ୍କଟମୋଟନ ହନୁମାନଙ୍କୁ ସହର ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରା ଇସ୍କନ ମନ୍ଦିର ସମିତି ଭାଗ ନେଇଥିଲେ । ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଉକ୍ତ ଯାତ୍ରାରେ ନିଜକକୁ ସମ୍ମିଳିତ କରି ଥିବାର ଦେଖାଯାଇଥିଲା । ଏହି ଶୋଭାଯାତ୍ରା ଅନେକ ପ୍ରକାର ମେଢ ସହିତ ରାମଲୀଳାରେ ଭାଗ ନେଉଥିବା ଅନେକ କଳାକାର ଭାଗ ନେଇଥିଲେ । ଭଗବାନ ଶ୍ରୀରାମଙ୍କ ବିଗ୍ରହକୁ ଜଗନ୍ନାଥପଡା ଜଗନ୍ନାଥ ମନ୍ଦିରକୁ ଆଣି ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଭଗବାନ ଶ୍ରଦ୍ଧାଳୁଙ୍କ ପାଖରେ ରହିବେ । ଶେଷରେ ଅନ୍ନ ପ୍ରସାଦର ସୁବନ୍ଦୋବସ୍ତ ହୋଇଥିଲା । ତା.୧୮.୪ ଗୁରୁବାର ଥିବାରୁ ୧୯.୪ ଶୁକ୍ରବାରଠାରୁ ପ୍ରତ୍ୟହ ରାତ୍ର ଘ.୧୦.୩୦ ମି.ରୁ ରାତ୍ରି ଘ.୧ ପର୍ଯ୍ୟନ୍ତ ରାମଲୀଳା ମଂଚସ୍ଥ କରାଯିବ । ୧୯ ତାରିଖ ଶୁକ୍ରବାର ଦିନ ରାମଲୀଳାଠାରେ ତାଡକା ବଧ, ସୁବହୁ ଓ ମରିଚ ସହିତ ଯୁଦ୍ଧ, ଅହଲ୍ୟା ତାରଣ, ରାମଙ୍କ ମିଥିଲା ଗମନ ସହ ଧନୁଭଗ୍ନ ମଂଚସ୍ଥ ହେବ ।

jittmm
Leave A Reply

Your email address will not be published.