ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ରବିବାର ସନ୍ଧ୍ୟାରେ ଫିଲିଆଲ୍ ସେରିମୋନି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ, ସମ୍ମାନିତ ଅତିଥି ଭାବେ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଲିଗାଲ ଏଡ ଭାଇଜର ପ୍ରଦୀପ ମହାନ୍ତି, ସ୍କୁଲର ଚିଫ ଏଡ ଭାଇଜର ରବିନ ଚନ୍ଦ୍ର ପାରିମାଣିକଙ୍କୁ ପ୍ରଥମେ ଏନସିସି କ୍ୟାଡେଟ୍ ମାନେ ପ୍ୟାରେଡ ଅଭିବାଦନ ଦେଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ଅତିଥି ବୃନ୍ଦ ମଞ୍ଚାସିନ ହେବାପରେ ସେମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରଯାଇଥିଲା । ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ସ୍କୁଲର ଛାତ୍ର ସୋମବୀର ପାରମାଣିକ ଓ ଛାତ୍ରୀ ସ୍ମୃତିରେଖା ଠାକୁର । ଏହାପରେ ମୁଖ୍ୟଅତିଥି ଶୁଭ୍ରାଂଶୁ ଦାସ ନିଜର ଅଭିଭାଷଣ ପ୍ରଦାନ କରି ଓମଭ୍ୟାଲି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ସହ ଆଗାମି ଦିନରେ ଆହୁରି ସଫଳତା ହାସଲ କରନ୍ତୁ ଏବଂ ସ୍କୁଲ ପ୍ରତିଷ୍ଠାତା ଲାୟନ୍ ଦୀପକ ସାହୁଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ଯିଏ,କି ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଏହାପରେ ସ୍କୁଲ ଛାତ୍ରୀଙ୍କ ଦ୍ୱାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ତା’ପରେ ଏଠାରେ ପଢୁଥିବା ସମସ୍ତ ଦଶମ ଛାତ୍ରଛାତ୍ରୀମାନେ ନିଜ ପିତାମାତାଙ୍କ ଚରଣ ବନ୍ଦନ କରିଥିଲେ । ଏହି ଫିଲିଆଲ୍ ସେରେମୋନିରେ ଚରଣ ବନ୍ଦନା ସମୟରେ ନିଜର ମାତାପିତାଙ୍କୁ ଏହି ସମ୍ମାନ ଦେଉଥିବା ସମୟରେ ତାଙ୍କର ଆଖିରୁ ଖୁସିର ଲୁହ ବାହାରି ଆସିଥିଲା । ଓମଭ୍ୟାଲି ସ୍କୁଲରେ ଶିକ୍ଷା ସହିତ ଆମ ଦେଶର ପରମ୍ପରାକୁ ବି ଛାତ୍ରଛାତ୍ରୀଙ୍କ ଜୀବନରେ ସ୍ଥାନ ଦିଆଯାଇଥାଏ, ଯାହାକି ଆଜିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଓମଭ୍ୟାଲି ଶିକ୍ଷାନୁଷ୍ଠାନ ଦଶମ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ ଶିକ୍ଷାଦାନ କରାଯାଉଛି, ଏଠାରେ କିଭଳି ଶିକ୍ଷାଦାନ ଏବଂ କଣ କଣ ସୁବିଧା ରହିଛି ସେ ବିଷୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ବିସ୍ତୃତରେ ବିବରଣୀ ପ୍ରଦାନ କରିଥିଲେ ।
Prev Post