ବିବିନା ଗ୍ରାମରେ ଅଭିମୁଖିକରଣ ଶିବିର ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଗ୍ରାମରେ ପଞ୍ଚାୟତ ସ୍ତରୀୟ ଅଭିମୁଖିକରଣ ତାଲିମ ଶିବିର ଓ କାଳିଆ ଯୋଜନାରେ ଭୂମିହୀନ କୃଷକମାନଙ୍କ ଜୀବିକା ଚୟନ ଫର୍ମ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନେ ବିଭିନ୍ନ ପ୍ରକାରର ଚାଷ କରି କିଭଳି ଭାବେ ସରକାରଙ୍କ ସାହାଯ୍ୟ ସହଯୋଗ ପାଇ ପାରିବେ ସେ ନେଇ ଚାଷୀଙ୍କୁ ବୁଝାଯାଇଥିଲା । ଉଦ୍ୟାନ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.