ବଲାଙ୍ଗିରରେ ନୂଆ ଏସ୍‌ପି ଅଭିଳାଷ ଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଯୋଗଦେଲେ ନୂଆ ଏସ୍‌ପି । ନୂଆ ଏସ୍‌ପି ଭାବରେ ଯୋଗଦାନ କରିଛନ୍ତି ଅଭିଳାଷ ଜି । ଏହି ଅବସରରେ ବଲାଙ୍ଗିର ପୁଲିସ ତରଫରୁ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପୁଲିସ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହା ପରେ ସମ୍ମିଳନୀ କକ୍ଷରେ ଏକ ବୈଠକର ଆୟୋଜନ କରାଯାଇଥିଲା । ପୂର୍ବତନ ଏସ୍‌ପି ଋଷିକେଶ ଖିଲାରିଙ୍କ ଠାରୁ ନୂତନ ଏସ୍‌ପି ଅଭିଳାଷ ଜି ଦାୟିତ୍ଵ ଗ୍ରହଣ କରିଥିଲେ । ଉପସ୍ଥିତ ଥିବା ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ଆଇଆଇସି ଓ ଅନ୍ୟାନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଜିଲ୍ଲାରେ ହେଉଥିବା ଅପରାଧ ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମାଓ ଦମନ, ଟ୍ରାଫିକ ପରିଚାଳନା ଦିଗରେ ସେ ବିଶେଷ ଭାବରେ କାର୍ଯ୍ୟ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

Leave A Reply

Your email address will not be published.