ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ମହଂଗା ପଡ଼ିଲା : ଏବେ ଫାଶୀରେ ଝୁଲିବ ଅଭିଯୁକ୍ତ

ବରଗଡ, (ମୁନ୍ନା ସାହୁ) : ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ମହଂଗା ପଡ଼ିଲା । ଏବେ ଫାଶୀରେ ଝୁଲିବ ଅଭିଯୁକ୍ତ । ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ ମାନ୍ୟବର ବରଗଡ଼ ପୋକ୍‌ସୋ ଜଜ୍‌ । ମଙ୍ଗଳବାର ଅପରାହ୍ନ ୨ ଘଣ୍ଟା ସମୟରେ ବରଗଡ଼ କୋର୍ଟ ପରିସରରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଓକିଲ ଦ୍ଵିତୀଶ ଆଚାର୍ଯ୍ୟ । ସୂଚନା ଅନୁସାରେ, ୨୦୨୪ ନଭେମ୍ବର ମାସ ୧୫ତାରିଖ ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହା ନାବାଳିକାଙ୍କୁ ମାଛ ଧରିଯିବା ଆଳରେ ଘରୁ ଡାକି ନେଇଥିଲେ ଏବଂ ବଳାତ୍କାର ପରେ ହତ୍ୟା କରିଥିଲେ । ଏନେଇ ମୃତ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ମାମଲାଟି ବରଗଡ଼ ପୋକ୍ସୋ ଅଦାଲତରେ ମାମଲା ଚାଲିଥିଲା । ୨୬ /୧୨/୨୦୨୫ ଦିନ ଅଭିଯୁକ୍ତଙ୍କୁ ହତ୍ୟା, ଦୁଷ୍କର୍ମ, ପୋକ୍‌ସୋ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ ମାନ୍ୟବର ଅଦାଲତ । ପଦ୍ମପୁର ଆଇଆଇସି ମମତା ନାୟକ କୋଡିଏ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ କରିଥିଲେ । ଫରେନସିକ ଏଭିଡେଂସ, ମେଡିକାଲ ଏଭିଡେଂସ ତଥା ଅନ୍ୟାନ୍ୟ ତଥ୍ୟ ସବୁ ଦାଖଲ କରାଯାଇଥିଲା । ବିଚାର ସମୟରେ ସରକାରଙ୍କ ତରଫରୁ ୩୭ଟି ସାକ୍ଷ, ୫୫ଟି ଡୋକୋମେଣ୍ଟ ଓ ୨୭ଟି ମେଟ୍ରିଏଲ ଓ଼ବଜେକ୍ଟ ଦାଖଲ କରାଯାଇଥିଲା । ତେବେ ଦୋଷୀକୁ ଆଜି ଫାଶୀ ଦଣ୍ଡାଦେଶ ଦିଆଯାଇଛି ।

Leave A Reply

Your email address will not be published.