ନୂଆଦିଲ୍ଲୀ : ସାଉଥ୍ ଆଫ୍ରିକାର ଜୋହାନ୍ସବର୍ଗ କୋର୍ଟରେ ଏକ ଅଜବ ଘଟଣା ଘଟିଛି । ଜଣେ ଅଭିଯୁକ୍ତ ସେଠାରୁ ସ୍ପାଇଡର-ମ୍ୟାନ ଷ୍ଟାଇଲ୍ରେ ଫେରାର ହେବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଘଟଣା କୋର୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଠିଆ କରିଦେଇଛି । ଘଟଣା ଜୋହାନ୍ସବର୍ଗର ଜେପ୍ପି କୋର୍ଟର, ଯେଉଁଠି ଅଭିଯୁକ୍ତ ଓନୋଶାନା ଥାଣ୍ଡୋ ସାଡିକିକୁ ଚୋରି ଓ ଘରେ ଅନୁପ୍ରବେଶ କରିବାର ମାମଲାରେ ହାଜର କରାଯାଇଥିଲା । ଶୁଣାଣି ବେଳେ, ଯେବେ ମାଜିଷ୍ଟ୍ରେଟ୍ କହୁଥିଲେ, ସେତେବେଳେ ସାଡିକୀ ହଠାତ୍ କୋର୍ଟରୁମ୍ର ଝରକାରୁ ବାହାରକୁ ପଳାଇ ଥିଲା । ସେ ବିଲ୍ଡିଂର ଉପର ମହଲାରୁ ଝରକା ଦେଇ ବାହାରି, ଧିରେଧିରେ ତଳକୁ ଓହ୍ଲାଇଥିଲା । ଏହାପରେ ବିଲ୍ଡିଂର କାନ୍ଥରେ ଖସି ତଳକୁ ଆସି ଥିଲା ଏବଂ ଭୂଇଁକୁ ଏକ ବଡ଼ ଡିଆଁ ମାରି ଥିଲା । ଏହିପରି ସିକ୍ୟୁରିଟିକୁ ଚକମା ଦେଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଗଲା ।
Prev Post