ବାଇକ୍‌ ଲୁଟ୍‌ ଅଭିଯୋଗରେ ୬ ଜଣ ଅଭିଯୁକ୍ତ ଗିରଫ : ବାଇକ୍‌ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳରେ ଜଣେ ଯୁବକଙ୍କ ବାଇକ୍‌କୁ ଲୁଟ୍‌ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୩୩୧/୨୪ କ୍ରମେ ଦଫା ୩୧୦/(୨) ମାମଲା ରୁଜୁ କରିଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ସଇଁତଲା କୋର୍ଟକୁ ଚାଲାଣ କରିଥିଲା । ଏଥିରେ ଜାମିନ ନାମଞ୍ଜୁର ହେବା ଦ୍ୱାରା ଟିଟିଲାଗଡ଼ ଜେଲ୍‌ ହାଜତକୁ ପଠାଇ ଦେଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ନାଗ (୨୪), ପ୍ରକାଶ ମହାକୁର (୧୯), ଉଭୟ ଦେଓଗାଁ ଥାନା ଧଣ୍ଡାମାଲ, ବିଜୟ ତାଣ୍ଡି (୨୨) ଦେଓଗାଁ, ପିପଲପଦର, ଜକି ପ୍ରଧାନ (୨୪), ସଇଁତଲା ଥାନା ଛୋକରବାଞ୍ଜି, ଭଗବାନ ରଣା (୨୨)ଡେଙ୍ଗ ଓ ମନୋଜ ସାହୁ (୨୫) ସଇଁତଲା ଗୋପବନ୍ଧୁପଡା ଅଞ୍ଚଳ ବୋଲି ଜଣାପଡିଛି । ପ୍ରକାଶ ଯେ, ବୁଧବାର ଦିନ ଅପରାହ୍ନ ସମୟରେ କଣ୍ଟାମାଲ ଥାନା ଘଣ୍ଟାପଡା ସ୍ଥିତ ରେକଚୁଳ ଗାଁ ନଦିଆ ବିଭାର ନାମକ ଜୈନିକ ଯୁବକ ରେମେଣ୍ଡା ଗାଁରେ ବିବାହ କରିଛି । ନିଜ ବାଇକ୍‌ ଯୋଗେ ସଇଁତଲା ଦେଇ ଯାଉଥିବା ସମୟରେ ବିବିନା ପେଟ୍ରୋଲ ପମ୍ପ ନିକଟରେ ଦୁର୍ବୁତ୍ତମାନେ ଅଟକାଇ ବାଇକ୍‌ ଲୁଟ୍‌ କରି ନେଇଥିଲେ ବୋଲି ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ଭିର୍ତ୍ତି କରି ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ସେକେଣ୍ଡ ଅଫିସର ଲକ୍ଷିନ୍ଦ୍ର ଚାଲାଣ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି ।

Leave A Reply

Your email address will not be published.