
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କଲୋନୀପଡା ପଡା ନିକଟସ୍ଥ କେନାଲ ରାସ୍ତାରେ ଜନୈକ ଯୁବକକୁ ଛୁରା ଓ ଖଣ୍ତା ମାଡ ଘଟଣାରେ ପାଇକମାଲ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରି ପଦ୍ମପୁର କୋଟକୁ ପଠାଇଥିବା ବେଳେ ଆଜି ଫେରାର ଥିବା ଜଣେ ଅଭିଯୁକ୍ତ ପାଇକମାଲ ଥାନା ଝେଙ୍ଗାନାଡିହି ଗ୍ରାମର ଗିରିଧାରୀ କୁମ୍ଭାର (୨୨)କୁ ଗିରଫ କରି ପଦ୍ମପୁର କୋଟକୁ ପଠାଇଛନ୍ତି । ୨୦ ତାରିଖ ଦିନ ସୋନୁକୁ ଗଭିର ଆଘାତ କରି କିଛି ସମୟ ପରେ ଅଭିଯୁକ୍ତ ଗିରିଧାରୀ ଖସି ପଳାଇ ଯାଇଥିଲେ । କିନ୍ତୁ ବିଶ୍ୱସ୍ତ ସୂଚନା ପାଇବା ପରେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏନେଇ ପାଇକମାଲ ଥାନା କେସ ନମ୍ବର ୧୧୦ ତା୨୦/୨୫ ଦଫା ୧୨୬ (୨) ୧୧୫ (୨) ୧୧୮(୧) (୨) ୧୦୯ (୧) ୩ (୫) ୨୫/୨୭ ଆମ ଆକ୍ଟ ବିଏନଏସରେ ମାମଲା ରୁଜୁ ହୋଇଥିଲା । ପ୍ରାପ୍ତ ସୁଚନା କୋକନରା ଗ୍ରାମର ସୋନୁ ବାରିକ (୩୦)କୁ ୪ଜଣ ଦୁର୍ବୁତ୍ତମାନେ ରକ୍ତାତ ଅବସ୍ତାରେ କଲନିପଡା ରାସ୍ତା କଡରେ ଥିବା ଶୁଖା କେନାଲରେ ପକାଇ ଦେଇଥିଲେ ।