jayashree

କେନ୍ଦୁପତ୍ର ପୋଡି ଘଟଣା : ଜେଲ ଗଲା ଅଭିଯୁକ୍ତ

ଟିକ୍ରାପଡା : ସଇଁନ୍ତଲା ବ୍ଲକ ଟିକ୍ରାପଡା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଲୁଥାକେନ୍ଦ ଗ୍ରାମର କେନ୍ଦୁପତ୍ର ଫଡି ପୋଡି ଘଟଣାରେ ପ୍ରସନ୍ନ ପ୍ରଧାନ(୨୬) ନାମକ ଜଣେ ଯୁବକ ଜେଲ ଯାଇଥିବା ଜଣାପଡିଛି । ତାଙ୍କ ଘର ଲୁଥାକେନ୍ଦରେ ହୋଇଥିବା ବେଳେ ଏବେ ସେ ଝିମନ୍‌ପାଲିରେ ରହୁଛନ୍ତି । ସୂଚନା ଅନୁସାରେ ପ୍ରସନ୍ନ ଫଡିରେ ନିଆଁ ଲଗାଇ ଥିବା କିଛି ଲୋକ ଦେଖିଥିଲେ । ଏନେଇ ସେମାନେ କେନ୍ଦୁପତ୍ର ବିଭାଗର କର୍ମଚାରୀଙ୍କୁ ଜଣାଇଥିଲେ । ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଲ ମିଶ୍ରଙ୍କ ସହାୟତାରେ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଲାଣ କରାଯାଇଥିଲା । ହେଲେ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା ।

Leave A Reply

Your email address will not be published.