ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି ଅଭିଯୋଗ

ବାରିପଦା : ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ମହିଳା ଜଣକ ରାସଗୋବିନ୍ଦପୁର ଥାନା ଝିଙ୍କିରିଆ ଗାଁର ବୋଲି ଜଣାପଡିଛି । ମିଳିଥିବା ଖବର ଅନୁସାରେ, ବାରିପଦା ମୁଖ୍ୟ ଡାକ୍ତରଖାନାରୁ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ ଶିଶୁଙ୍କୁ ଚୋରି କରି ନେଉଥିବା ବେଳେ ଧରି ପୋଲିସ ଜିମା ଦେଇଛନ୍ତି ପରିବାର ଲୋକେ । ଏହାପରେ ପୋଲିସ ମହିଳା ଜଣଙ୍କୁ ଅଟକ ରଖି ଜେରା କରିବା ସହ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି । ବର୍ତ୍ତମାନ ଯାଏଁ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.