ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ : ୨ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୁବତୀଙ୍କୁ ଅପହରଣ କରି ନେଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ ହୋଇଛି । ସେଥିରେ ସଂପୃକ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଞ୍ଚଳର ଜଣେ ଯୁବତୀ(୨୩)ଙ୍କୁ ଗତ ସୋମବାର ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପାଟପୁର ଥାନା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶେରଗଡ଼ ଥାନା ଦାସ ସାହିର ବସନ୍ତ ଦାସ (୨୫)ଏବଂ ବାରିସିଙ୍ଗି ଗ୍ରାମର ଶଙ୍କର ପ୍ରଧାନ(୩୧) ବୋଲି ଜଣାଯାଇଛି ।

jittmm
Leave A Reply

Your email address will not be published.