ଜହ୍ନାପଙ୍କ : ରାସ୍ତା ନିର୍ମାଣର ମାସେ ପରେ ଉଠିଲା ପିଚୁ । ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନ।ପଙ୍କ-ଖମାରିପଡା ରାସ୍ତାରେ ଏହା ଦେଖିବାକୁ ମିଳିଛି । ତେବେ ନିମ୍ନମାନର ରାସ୍ତା କାମ ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନ।ପଙ୍କ-ଖମାରିପଡା ରାସ୍ତା ଉପରେ ଆଖପାଖ ୬ ଟି ପଂଚାୟତର ପ୍ରାୟ ୪୦ ହଜାର ଲୋକ ଯାତାୟତ କରିଥାନ୍ତି । ରାସ୍ତାର ଗୁରୁତ୍ୱକୁ ଉପଲବ୍ଧି କରି ଏହି ରାସ୍ତାର ଉନ୍ନତିକରଣ କରିଥିଲେ । ରାସ୍ତା ନିର୍ମାଣ ସରିଲା । ହେଲେ କମିରା ଓ ଦାମୋଦରପୁର ମଝିରେ ଥିବା ଜାମୁନାଳ ପୋଲ କାମ ବିଳମ୍ବରେ ସରିଲା । ତେବେ ୨୦୨୩ ମସିହାରେ ଏହି ପୋଲ ଦେଇ ଯାତାୟତ ହୋଇଥିଲା । କିନ୍ତୁ ପୋଲର ସୁରକ୍ଷା ବାଡ ଓ ଉଭୟ ପାର୍ଶ୍ୱ ସଂଯୋଗୀକରଣ ରାସ୍ତା ହୋଇନଥିଲା । ଗତ ମେ ମାସରେ ଏହାର ନିର୍ମାଣ କାମ ସରିଛି । ତେବେ ନିମ୍ନମାନର କାମ ଯୋଗୁଁ ନିର୍ମାଣର ମାସେ ପରେ ପିଚୁ ଉଠି ଯାଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଦେଇ ପ୍ରତିଦିନ ଏକ ସରକାରୀ ଓ ବେସରକାରୀ ବସ ଚଳାଚଳ କରୁଛି । ପ୍ରତ୍ୟେହ ଏହି ରାସ୍ତା ଦେଇ ଲୋକମାନେ ବଘିଆପଡା, ମୁଣ୍ଡାପଡା, ଖଜୁରୀପଡା ସାପ୍ତାହିକ ହାଟକୁ ଯାଇଥାନ୍ତି । ଏହା ସହିତ ଛାତ୍ର ଛାତ୍ରୀମାନେ ଜହ୍ନ।ପଙ୍କ କଲେଜକୁ ଯାଇଥାନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁଙ୍କୁ ଯୋଗାଯୋଗ କରିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ମରାମତି ପାଇଁ ନିର୍ଦେଶ ଦିଆଯାଇଛି ବୋଲି କହିଥିଲେ । ତୁରନ୍ତ ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି ।