କୁକୁଡ଼ା ଫାର୍ମ ପାଇଁ କିଏ ଦେଲା ଅନୁମତି : ଅଭିଯୋଗ ପରେ ମଧ୍ୟ ପୌରପ୍ରଶାସନ ଚୁପ୍‌

ବରଗଡ, (ମୁନ୍ନା ସାହୁ) : ପଡା ଭିତରେ କୁକୁଡ଼ା ଫାର୍ମ କିଏ ଦେଲା ଅନୁମତି । ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ମଧ୍ୟ ପୌରପ୍ରଶାସନ ଚୁପ୍‌ । ବରଗଡ଼ ସହରର ସୁବାସ ନଗର ପଡା ଭିତରେ ଖୋଲାଯାଇଛି କୁକୁଡ଼ା ଫାର୍ମ । ଯାହାକୁ ନେଇ ଅଞ୍ଚଳରେ ଦୁର୍ଗନ୍ଧ ହେଉଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପଡାବାସୀ । ଏନେଇ ଅଭିଯୋଗକାରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ବାରମ୍ବାର ପୌରପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ କରୁ ନ ଥିବା ଜଣାଇଛନ୍ତି ଅଭିଯୋଗକାରୀ । ତେବେ ପଡା ଭିତରେ କୁକୁଡ଼ା ଫାର୍ମ ପାଇଁ ଅନୁମତି କେଉଁଠାରୁ ଅଣାଯାଇଛି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କୁକୁଡ଼ା ଫାର୍ମର ମାଲିକ ତାଙ୍କ ବସଷ୍ଟାଣ୍ଡର ଦୋକାନ ପୌରପରିଷଦ ଭାଙ୍ଗି ଦେଇଥିବାରୁ ସେ ଘରେ ବିକ୍ରି କରିବା ପାଇଁ କିଛି ମାତ୍ରାରେ କୁକୁଡ଼ା ରଖିଥିବା ପ୍ରତିକ୍ରିୟା ରଖିଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ କୌ ଣସି ପ୍ରତିକ୍ରିୟା ମିଳିପାରିନାହିଁ ।

jittmm
Leave A Reply

Your email address will not be published.