ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକରେ ଆଜି ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ସ୍ଥାନୀୟ ରାଜୀବ ଭବନ ଠାରେ ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରି ଉପସ୍ଥିତ ସଂପୄକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲିଗ୍ରାମ ପଂଚାୟତରେ ବର୍ଷ ୨୦୧୯-୨୦ ଓ ୨୦୨୦-୨୧ରେ ଚିଖିଲି ଗ୍ରାମର ଅଶ୍ୱିନୀ ଦାସ, ପିତା କୃଷ୍ଣଚନ୍ଦ୍ର ଦାସ ଓଆର୧୬୫୨୮୮୭/୨୦୧୯ – ୨୦ବର୍ଷ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ । ମାତ୍ର ଘର ତିଆରି ନ କରି ସମସ୍ତ ଟଙ୍କା ଉଠାଇବା ସହିତ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସେହି ଗ୍ରାମର ଅନ୍ୟ ଜଣେ ଅଶୋକ ମହାପାତ୍ର ପିତା – ଘନଶ୍ୟାମ ମହାପାତ୍ର ଓଆର ୧୦୦୩୭୯୧ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ବର୍ଷ ୨୦୧୯-୨୦ରେ ପାଇସାରି ପୁଣିଥରେ ୨୦୨୦-୨୧ ବର୍ଷ ଅଶୋକ ମହାପାତ୍ର ପିତା-ଘନଶ୍ୟାମ ମହାପାତ୍ର ଓଆର ୧୬୫୪୩୩୭ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସମସ୍ତ ଟଙ୍କା ଉଠାଇ ଗୃହକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିବା ଚିଖିଲି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରେମରାଜ ଅଗ୍ରୱାଲ ଅଭିଯୋଗ କରିଥିଲେ । ଏହା ସହିତ କନ୍ଦାଗାଡ ଗ୍ରାମ ପଂଚାୟତରୁ ବୁରୋମୁଣ୍ଡା ରାସ୍ତାକୁ ଦୀର୍ଘ ୧୩ ବର୍ଷ ଧରି ଅବରୋଧ କରାଯାଇଥିବା ଓ ତାହାର ବାରମ୍ବାର ଆପତ୍ତି କରିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କୁ ଅଣଦେଖା କରିବାର ଆବେଦନ କରିଥିଲେ । ଏହାର ସମାଧାନ କରିବାକୁ ସ୍ଥାନୀୟ ତହସିଲଦାର ଓ ଆଇଆଇସିଙ୍କୁ ନିର୍ଦେଶ ଦେଇଥିଲେ । ଏହା ସହିତ ଜଙ୍ଗଳ ଜମି ଭୂମିହୀନଙ୍କୁ ଦିଆଯାଇଥିଲେ ସୁଦ୍ଧା ଜମି ଚିହ୍ନଟ ନ ହେବା, ବ୍ଲକର ବିଭିନ୍ନ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସଂପର୍କରେ ଅଭିଯୋଗ ହୋଇଥିଲା । ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ରାଜ୍ୟକମିଟି ସଦସ୍ୟ ସୁରେଶ୍ୱର ସତପଥୀ, ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ସାଂସଦ ପ୍ରତିନିଧି ପ୍ରବିଣ କୁମାର ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ବାସନ୍ତି ପାଣ୍ଡେ, ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲାପରିସଦ ସସ୍ମିତା ଡନସନା ପ୍ରମୁଖ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଅନ୍ୟୁନ୍ନ ୨୦୦ରୁ ଅଧିକ ଅଭିଯୋଗ ଆସିଥିଲା । ଏହାପରେ ସାଂସଦ ସୁରେଶ ପୂଜାରୀ ଗାଇସିଲାଟ ମହାବିଦ୍ୟାଳୟକୁ ଗସ୍ତ କରି ମହାବିଦ୍ୟାଳୟର ନୂତନ କୋଠାର ଶୁଭ ଉଦଘାଟନ କରିଥିଲେ ।