ବର୍ଷାରେ ଦବିଗଲା କଲଭର୍ଟ : ନିମ୍ନମାନର କାମ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ବ୍ଲକ ହୀରାପୁର-କେଉଁଟିପାଲି ରାସ୍ତାର ଗୋପାଳପୁର ଠାରେ ମାତ୍ର ୬ ମାସ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଦବି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବା ଜଣାଯାଇଛି । ବିପଦଶଙ୍କୁଳ ଅବସ୍ଥାରେ ଏଠାରେ ଚାରିଚକିଆ ଯାନ ଗୁଡ଼ିକ ପାରି ହେଉଥିବା ଦେଖିବାକୁ ମିଳିଛି । ଗୋପାଳପୁର ପ୍ରାଥମିକ ସ୍କୁଲ ସାମ୍ନାରେ ଥିବା ଏହି କଲଭର୍ଟର ନିର୍ମାଣ ସମ୍ବନ୍ଧୀୟ କୌଣସି ସୂଚନା ଫଳକ ମଧ୍ୟ ନାହିଁ । ତେବେ ଅତି ନିମ୍ନମାନର କାମ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.