ls

ଲୋଇସିଂହା ବ୍ଲକରେ ନକଲି ଧାନ ବିହନ ଯୋଗାଣ ଅଭିଯୋଗ : କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ

sb

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକର ବାଦିମୁଣ୍ଡା, ଗୁର୍ଜିଭଟା, ଭାଲିଆମୁଣ୍ଡା, ବିଶାଳପାଲି ତଥା ବିଭିନ୍ନ ସ୍ଥାନରେ ଥିବା ଡିଲରମାନଙ୍କ ଠାରୁ ଚାଷୀମାନେ ନେଇଥିବା ଧାନ ବିହନ ଗଜା ହେଉନାହିଁ । ଏନେଇ ଚାଷୀମାନେ କୃଷି ବିଭାଗ ନିକଟରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗୁରୁବାର ବ୍ଲକ ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ ବାଦିମୁଣ୍ଡା ପଞ୍ଚାୟତର କୁଟୁରାପାଲି ଗ୍ରାମକୁ ପରିଦର୍ଶନରେ ଆସି ବିହନ ନମୁନା ସଂଗ୍ରହ କରିଥିବା ଜଣାଯାଇଛି । ସୋନପୁର ଜିଲ୍ଲା ବଏଦୁପାଲି ସ୍ଥିତ ଗୋପାଳଜି ସିଡ୍ସ ଏବଂ କୁଟୁରାପାଲିର ମହାଲକ୍ଷ୍ମୀ ବିହନ ଉତ୍ପାଦକ ସଂସ୍ଥା ପକ୍ଷରୁ ଡିଲର ମାନଙ୍କୁ ବିହନ ଯୋଗାଣ ହୋଇଛି । ତେବେ ଧାନ ବିହନ ନମୁନା ସଂଗ୍ରହ କରାଯାଇଛି । କେଉଁ କାରଣ ପାଇଁ ବିହନ ଗଜା ହୋଇନାହିଁ, ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି କୃଷି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏଥିସହିତ ବିହନ ବିକ୍ରି ବନ୍ଦ କରାଯିବା ପାଇଁ ଡିଲର ମାନଙ୍କୁ କୁହାଯିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଲୋଇସିଂହା ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀ ବୁଣିଥିବା ଅଥବା ପହ୍ଲା ପକାଇଥିବା ଧାନଗୁଡ଼ିକ ଗଜା ହୋଇନଥିବାରୁ ନକଲି ଧାନ ବିହନ ଯୋଗାଣ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ଡିଲର ମାନଙ୍କ ସହିତ ଚାଷୀମାନେ ଯୁକ୍ତିତର୍କ କରିବା ସହିତ କ୍ଷତିପୁରଣ ଦାବି କରିଥିବା ଜଣାଯାଇଛି ।

pc pk
Leave A Reply

Your email address will not be published.