oum

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

jsm
  • ବିଭିନ୍ନ ୩୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ ୟସ ପ୍ରତାପ ଶ୍ରୀମଲ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୩୩ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ୨୩ ଗୋଟି ବ୍ୟକ୍ତିଗତ ଓ ୧୦ ଗୋଟି ସାମୁହିକ ଦରଖାସ୍ତ ରହିଥିବା ବେଳେ ୨ ଗୋଟି ଦରଖାସ୍ତ ମୁଖମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ଗ୍ରହଣ କରାଯାଇଛି । ଶିବିରରେ ପଞ୍ଜିକୃତ ଆବେଦନ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭିନ୍ନକ୍ଷମ ଦମ୍ପତ୍ତି ଦିଲ୍ଲୀପ ମହାନନ୍ଦ (ଭିନ୍ନକ୍ଷମ) ଓ ଡଲି ଭଞ୍ଜ, ଭାଲିଆପଦର, ବୀରମହାରାଜପୁର ଏବଂ ଅଚ୍ୟୁତ ମେହେର (ଭିନ୍ନକ୍ଷମ) ଓ ଉଷା ମେହେର, ପଟାଭାଡ଼ି, ସୁବର୍ଣ୍ଣପୁର ଉଭୟ ଯୋଗ୍ୟ ଦମ୍ପତ୍ତିଙ୍କୁ ବୈବାହିକ ପ୍ରୋତ୍ସାହନ ଅର୍ଥ ରାଶି ବାବଦରେ ଉଭୟ ଦମ୍ପତ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ସୌମ୍ୟ ରଞ୍ଜନ ସ୍ୱାଇଁ ବିଡିଓ ସୁବର୍ଣ୍ଣପୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଶ୍ୱିନୀ କୁମାର ମେହେର ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ପି. ଡି. ଡୁଡା ବିଶ୍ୱନାଥ ବାରିକ, ସି. ଏସ୍‌ ଓ ସୁରେଶ ପାଣିଗ୍ରାହୀ, ଉପଜିଲ୍ଲାପାଳ ସୁବର୍ଣ୍ଣପୁର ସୂରଜ କୁମାର ପଟ୍ଟନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡ. ଦୁର୍ଗା ପ୍ରସାଦ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ନିର୍ବାହୀ ଯନ୍ତ୍ରୀ ତେଲ ଇରିଗେଶନ ଡିଭିଜନ ଇଂ ଜିତେନ୍ଦ୍ର ପାଢ଼ୀ, ନିର୍ବାହୀ ଯନ୍ତ୍ରୀ ଟିପି ଓ ଡବ୍ଲୁ. ଓ. ଡି. ଏଲ. ଅଶୋକ ମିଶ୍ର, ନିର୍ବାହୀ ଯନ୍ତ୍ରୀ ଏଲ୍‌. ଆଇ. ଇଂ ପ୍ରଫୁଲ୍ଲ ବେହେରା, ଡ. ସୋମ୍ୟାରୁପା ରଥ ତହସିଲଦାର ସୁବର୍ଣ୍ଣପୁର, ନିର୍ବାହୀ ଅଧିକାରୀ ପୌର ପରିଷଦ ସୁବର୍ଣ୍ଣପୁର ମନୋରଞ୍ଜନ ପଣ୍ଡା ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.