ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ବିଜେପି କର୍ମୀଙ୍କୁ ଧମକ ଅଭିଯୋଗ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଥାନାରେ ଭାରତୀୟ ଜନତା ପାର୍ଟି ସମର୍ଥକ ଏବଂ କର୍ମୀଙ୍କ ପକ୍ଷରୁ ଖଡିଆଳ ଥାନାରେ ଏକାଧିକ ଲିଖିତ ଅଭିଯୋଗ କରିଛନ୍ତି । ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ କରିଥିବା ବେଳେ ଜୀବନ ପ୍ରତି ଭୟ ଥିବା ଯୋଗୁଁ ସୁରକ୍ଷା ଦେବା ପାଇଁ ଖଡିଆଳ ପୋଲିସଙ୍କୁ ନିବେଦନ କରିଛନ୍ତି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ନିର୍ବାଚନ ଶେଷ ପରେ ଶାସକ ଏବଂ ବିରୋଧୀ ଦଳ କର୍ମୀ ନେତାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଫୋନ୍‌ ଯୋଗେ ଧମକ ଚମକ ଦେଉଥିବା ନେଇ ଏକାଧିକ ଅଭିଯୋଗ ଖଡିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଏବଂ ଏସ୍‌ଡ଼ିପିଓ ଅରୂପ ଅଭିଷେକ ବେହେରାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ନେଇ ପୋଲିସ ପକ୍ଷରୁ ଅଭିଯୋଗ ଦେଇଥିବା ବେଳେ ତଦନ୍ତ କରିବା ପାଇଁ ଏସ୍‌ଡିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.