ଆଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଖାଦ୍ୟ ବାଟ ମାରଣା ଅଭିଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ଓଡିଶା ସରକାରଙ୍କ ପକ୍ଷରୁ ପରିପୁରକ ପୁଷ୍ଟିକର ଯୋଜନାରେ ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କ ନିମନ୍ତେ ଗରମ ରନ୍ଧନ ଖାଦ୍ୟ ସୋମବାରରୁ ଶନିବାର କିପରି ଓ କେତେ ପରିମାଣର ଦିଆଯିବ, ତାର ଏକ ତାଲିକା ସମସ୍ତ ଆଙ୍ଗନବାଡି କେନ୍ଦ୍ର ମାନଙ୍କୁ ପଠାଯାଇଥିବା ବେଳେ କେତେକ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲୁଛି । ବରଗଡ଼ ଜିଲ୍ଲା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଲେଉଣିପଦର ଗ୍ରାମରେ ଥିବା ଆଙ୍ଗନବାଡି କେନ୍ଦ୍ରରେ ସରକାର ଦେଇଥିବା ତାଲିକାର କୌଣସି ପ୍ରକାର ଖାଦ୍ୟ ଶିଶୁ ମାନଙ୍କୁ ଦେଉନଥିବା ଅଭିଯୋଗ ହେଉଛି । ଏପରିକି ଗୋଟିଏ ଅଣ୍ଡାକୁ ଚାରିଜଣଙ୍କୁ ଦେଇ ବାକି ସବୁ କେବଳ କାଗଜ କଲମରେ ଦେଖାଇ ବାଟମାରଣା ହେଉଛି । ତେବେ କୌଣସି ଉଚ୍ଚ ଅଧିକାରୀ ତଦନ୍ତ କରୁନଥିବାରୁ ମନଇଛା ଶିଶୁ ଖାଦ୍ୟ ଏବଂ ଗର୍ଭବତୀ ମା’ ମାନଙ୍କ ପାଇଁ ଆସୁଥିବା ଖାଦ୍ୟ ବାଟ ମାରଣା କରି ଲୋକ ମାନଙ୍କୁ ଏବଂ ସରକାରକୁ ଭୁଆଁ ବୁଲାଉଥିବା ଅଭିଯୋଗ ହୁଏ । ଉଚିତ ତଦନ୍ତ କରାଗଲେ ଅନେକ ରହସ୍ୟ ପଦାକୁ ଆସିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.