ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଉପଖଣ୍ଡ ଅଞ୍ଚଳରେ ଥିବା ଲାଠିକଟା ତହସିଲ ଅଧୀନରେ ଥିବା ଗର୍ଜନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗର୍ଜନ ଗ୍ରାମରେ ରହୁଥିବା ଜନ୍ମେଜୟ ପାତ୍ର ନାମରେ କାଲୁଙ୍ଗା ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ଖାତା ନମ୍ବର : ୨୦୦/୨୭୫ ଏବଂ ପ୍ଲଟ ନମ୍ବର୧୧୧୬ ରେ ଥିବା ପ୍ରାୟ ୩ ଡ଼ିସିମିଲ ଜମିକୁ ଉକ୍ତ ଅଞ୍ଚଳରେ ରହୁଥିବା କେହି ଜଣେ ସିକନ୍ଦର ତନ୍ତୀ ନାମକ ବ୍ୟକ୍ତି କିଣିଥିବା ନେଇ ଦାବିକରି ମ୍ୟୁଟେସନ ପାଇଁ ଲାଠିକଟା ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତେବେ ଗତ ୩୦୨୦ ମସିହାରେ ମ୍ୟୁଟେସନ ପାଇଁ ହୋଇଥିବା ଏହି ଆବେଦନକୁ ତତ୍କାଳୀନ ତହସିଲଦାର ଏବଂ ଆର ଆଇ ଉଭୟେ ଖାରଜ କରିଦେଇଥିଲେ । ତେବେ ବର୍ତ୍ତମାନ ଅର୍ଥାତ ଆବେଦନକାରୀମାନେ ପୁଣିଥରେ ସେହି ଜମିର ମ୍ୟୁଟେସନ ପାଇଁ ସେହି ତହସିଲରେ ଆବେଦନ କରିଥିଲେ । ବଡ ଆଶ୍ଚର୍ଯ୍ୟର ଵିଷୟ କି ଯେ ଯେଉଁ ମ୍ୟୁଟେସନକୁ ପୂର୍ବତନ ତହସିଲଦାର ଖାରଜ କରିଦେଇଥିଲେ ପୁନଃ ସେହି ଜମିର ମ୍ୟୁଟେସନ ପ୍ରକ୍ରିୟାକୁ ବର୍ତ୍ତମାନର ତହସିଲଦାର ସ୍ୱୀକୃତି ଦେଇଦେଇଥିଲେ । ସେ ପୁଣି ଜମି ମାଲିକଙ୍କ ଅର୍ଥାତ ଜମି ବିକ୍ରୀ କରିଥିବା ଜନ୍ମେଜୟଙ୍କୁ ନ ଜଣାଇ ତାଙ୍କ ପକ୍ଷ ନଶୁଣି ସ୍ୱୀକୃତି ଦେଇଦେଇଥିଲେ, ଯାହାକି ସମ୍ପୂର୍ଣ୍ଣ ବେଆଇନ । ଏ ସମ୍ବନ୍ଧରେ ଜମିର ମାଲିକ ଜନ୍ମେଜୟ ଜାଣିବା ପରେ ଲାଠିକଟା ତହସିଲ କାର୍ଯ୍ୟାଳୟ ଏବଂ ଆର ଆଇଙ୍କ ପାଖକୁ ଯାଇ ବାରମ୍ବାର କହିବା ସତ୍ତ୍ୱେ ତାଙ୍କ କଥା ଶୁଣିବା ପାଇଁ କେହି ମଧ୍ୟ ପ୍ରସ୍ତୁତ ନଥିଲେ । ଶେଷରେ ବାଧ୍ୟ ହୋଇ ଆଜି ଜନ୍ମେଜୟ ପାତ୍ର ନିଜ ପରିବାର ସଦସ୍ୟଙ୍କ ସହ ଆସି ପାନପୋଷ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ଅଜାଣତରେ ଲାଠିକଟା ତହସିଲଦାର ଏବଂ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ହାତବାରିଷ କରି କାଗଜପତ୍ର ଜାଲିଆତି କରି ସିକନ୍ଦର ଜମି କିଣା ଵିକା କରିଥିବା ନେଇ ଲିଖିତ ଭାବେ ଅଭିଯୋଗ କରି ଏହାର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତହସିଲଦାର ମୂରଲୀଧର ଉର୍ମେଲଙ୍କୁ ଏଠାରୁ ତୁରନ୍ତ ବଦଳି କରିବା ପାଇଁ ଦାବି କରିଛନ୍ତି ।