ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ଏକ ଲଜ୍ଜା ଜନକ ଘଟଣା ଘଟିଛି । ଜନୈକ ପିଇଟି ଶିକ୍ଷକ ଜଣେ ନାବାଳିକାଙ୍କୁ ସ୍କୁଲ ବାରଣ୍ଡାରେ ଗଣ୍ଡା ଝିଅ ବୋଲି କହି ଅସଦାଚରଣ ସହ ମାର୍ପିଟ୍ କରିଥିବା ନେଇ ପୀଡିତାର ବଡଭାଇ କମଳ ତାଣ୍ଡି (୨୫) ପିତା -ମହିତ ତାଣ୍ଡି ଗ୍ରାମ ସଂକରୀ, ଥାନା ଝାରବନ୍ଧ, ଶୁକ୍ରବାର ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପାଇକମାଲ ଥାନା କେଶ ନଂ ୨୨/୨୬ ଅନୁସାରେ ପାଇକମାଲ ପୋଲିସ ମାମଲା ରୁଜୁ କରି ଧାରା ୧୨୧(୨)୭୫(ଆଇ )୭୮(୧)(ଆଇ)୨୯୬/୧୧୫(୨)୩୫୧(୨)ବି ଏନଏସ /୧୦ପକ୍ସୋ ଆକ୍ଟ ୨୦୧୨/୩(୧)(ଆର )(ଏସ )/୩(୨)(ଭି )(ଭିଏ )ଏସସି, ଏସଟି (pqa)ଆକ୍ଟ ୨୦୧୫ ଅନୁସାରେ ପାଇକମାଲ ପୋଲିସ ପିଇଟି ଶିକ୍ଷକ ନାରାୟଣ ସାହୁ (୫୮)ଙ୍କୁ ପାଇକମାଲ ସଡକପଡ଼ା ସ୍ଥିତ ତାଙ୍କ ଘରୁ ଗିରଫ କରି ପକ୍ସୋ କୋର୍ଟକୁ ପଠାଇଛନ୍ତି ବୋଲି ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।