ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ସୁଦୃଢ କରିବା ପାଇଁ ମଙ୍ଗଳବାର ଏସ୍ପି କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ ଆମ ଆଦମୀ ପାର୍ଟି । ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଅପରାଧୀ କାର୍ଯ୍ୟ କଳାପ ବୃଦ୍ଧି ପାଉଛି । ଗତ ଗୋଟିଏ ମାସ ମଧ୍ୟରେ ତିନୋଟି ହତ୍ୟାକାଣ୍ଡ ଘଟି ଥିବାବେଳେ ଯଦି ଦେଖିବା ଗତ ତିନି ମାସରେ ୩୦ରୁ ଅଧିକ ଅପରାଧିକ ଘଟଣା ସାମ୍ନାକୁ ଆସିଥିବା ଆପ ରାଜ୍ୟ ସମ୍ପାଦକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ସେହିପରି ଜିଲ୍ଲାରେ ନିଶା କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି । କଫ ସିରଫ, ଗଞ୍ଜେଇ କାରବାରରେ ପୋଲିସ ଛୋଟ ଛୋଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି । ତେଣୁ କରି ସାଧାରଣ ଲୋକଙ୍କ ମଧ୍ୟରେ ଅସୁରକ୍ଷାର ମାହୋଲ ଦେଖିବାକୁ ମିଳିଛି । ଏହି ଅପରାଧୀକ ଘଟଣା ଓ ନିଶା କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି ।