ଖଟୁଆକୁଦା ଗାଁରୁ ବାଇକ ଚୋରି ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଏନେଇ ଗାଡି ମାଲିକ ଆଲୋକ ନାହାକ ରବିବାର ହୁମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଗାଡି ନଂ ଓଡ଼ି ୦୭ଟି ୨୨୮୭, ଗାଡି ପ୍ରତିଦିନ ଘର ଆଗରେ ରଖି ଆସୁଥିଲେ । ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ବେଳେ ଚାରିଆଡେ ଖୋଜାଖୋଜି କରିଥିଲେ । ଗାଡିର କୌଣସି ସୁରାକ ନମିଳିବା ପରେ ନିରୁପାୟ ହୋଇ ହୁମା ଫାଣ୍ଡିରେ ଅଭିଯୋଗ କରିଥିଲେ ବୋଲି ଆଲୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗାଁରୁ ପ୍ରଥମ ଥର ପାଇଁ ବାଇକ ଚୋରି ହୋଇଛି ବୋଲି ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.