ଜୟପାଟଣା ବନାଞ୍ଚଳରେ ଅନିୟମିତତା ଅଭିଯୋଗ

  • ଅର୍ଥନୈତିକ ଅଭିଯୋଗ ଶାଖାର ଚଢାଉ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିୟୋଜିତ ଅର୍ଥନୈତିକ ଅବରୋଧ ଶାଖା ଦ୍ଵାରା ଚଢାଉ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଚଢାଉ ଜୟପାଟଣା ବନ ବିଭାଗ ଅଧିନରେ ଆସୁଥିବା ମହୁଲପାଟଣା ଓ ବେଣାଖମାର ବିଟ୍‌ରେ କାର୍ଯ୍ୟରତ ବନରକ୍ଷୀ ଅଶୋକ ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଚାଲିଥିବା ଜଣାପଡ଼ିଛି । ଏହି ସମାନ୍ତରାଳ ଭାବରେ ଜୟପାଟଣା ବନ କାର୍ଯ୍ୟାଳୟ ଓ ଶ୍ରୀ ସାହୁଙ୍କ ପୈତୃକ ବାସଭବନ ଲଡୁଗାଁ ଠାରେ ମଧ୍ୟ ଚାଲିଥିବା ସୂଚନା ମିଳିଛି । ତଦନ୍ତକୁ ସମ୍ପୂର୍ଣ୍ଣ ଗୋପନ ରଖିବା ପାଇଁ ପତ୍ରକାର ମାନଙ୍କୁ କୌଣସି ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହେଉଛି । ଶ୍ରୀ ସାହୁ ବିଭାଗ ଦ୍ଵାରା ନିଲମ୍ବିତ ହୋଇଥିବା ମଧ୍ୟ ସୂଚନା ମିଳୁଛି । କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନାରେ ଅନିୟମିତତା ରହିଥିବାରୁ ଏହି ଚଢାଉ ହେଉଥିବାର ଆଲୋଚନା ହେଉଛି । ତଦନ୍ତ ପୂର୍ଣ୍ଣାଙ୍ଗ ହେଲେ ସବିଶେଷ ତଥ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.