ଭେରୁଆଁଭଟା ବସ୍ତିଠାରୁ ଆମ୍ବପାଲି ରାସ୍ତା କାମ ନିମ୍ନମାନର ଅଭିଯୋଗ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସରପଂଚଙ୍କ ସ୍ୱାମୀ ନାରେ ସାଂଘାତିକ ଅଭିଯୋଗ । ରାସ୍ତା କାମ ନିମ୍ନମାନର କରୁଥିବା ଅଭିଯୋଗ । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଆସ୍ତ୍ରପାଲି ପଂଚାୟତ ଅନ୍ତର୍ଗତ ଭେରୁଆଁଭଟା ଗ୍ରାମର କଥା । ଭେରୁଆଁଭଟା ବସ୍ତିଠାରୁ ଆମ୍ବପାଲି ରାସ୍ତା କାମ ପଂଚାୟତ ତରଫରୁ ଚାଲୁଅଛି । ଏହି ନିର୍ମାଣ କାର୍ଯ୍ୟକୁ ଖୋଦ୍‌ ସରପଂଚଙ୍କ ସ୍ୱାମୀ ସୁବାଷ ଛତ୍ରିଆ କରୁଥିବା ବେଳେ ନିର୍ମାଣ କାର୍ଯ୍ୟ ଟି ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ବିଷୟରେ ସରପଂଚଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ସିଧା ମନ କରିଦେଇ ବିଡ଼ିଓଙ୍କ ନିକଟକୁ ଯାଅ ବୋଲି କହିଥିଲେ । ସେହିପରି କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀଙ୍କୁ ମଧ୍ୟ ଫୋନ ଯୋଗେ ଯୋଗାଯୋଗ କରିଥିଲୁ, ସେ ଫୋନ ଉଠାଇ ନ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହେଉଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ଠିକାଦାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.