oom

ସଇଁତଲା ବ୍ଲକରେ ଚଢ଼ାଦରରେ ୟୁରିଆ ସାର ବିକ୍ରି ଅଭିଯୋଗ

jsmm

ସଇଁତଲା, (ପ୍ରମୋଦ ସେଲମା) : ସରକାର ଚାଷୀ ମାନଙ୍କ ପାଇଁ ଉନ୍ନତି ସକାଶେ ଫସଲ ଉପାର୍ଜନ କରିବା ପାଇଁ ବିଭିନ୍ନ ଯୋଜନା ଗୁଡିକ କରିଛନ୍ତି । ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ତଥା କୀଟନାଶକ ଯୋଗାଇବା ପାଇଁ ବ୍ୟବସାୟୀମାନଙ୍କୁ ଲାଇସେନ୍ସ ପ୍ରଦାନ କରି ସାର ସଠିକ୍‌ ମୂଲ୍ୟରେ ସାର ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କିଛି ଅସାଧୁ ତଥା ମୁନାଫାଖୋର ବ୍ୟବସାୟୀମାନେ ଚଢ଼ାଦରରେ ୟୁରିଆ ସାର ବିକ୍ରୟ କରୁଥିବା ଅଭିଯୋଗ ହେଉଛି । ଯାହା ଫଳରେ ଚାଷୀମାନେ ଚାଷ କାର୍ଯ୍ୟରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ଦେଖିବାଜୁ ମିଳିଛି । ପ୍ରକାଶ ଯେ, ଏହି ୟୁରିଆ ସାର ସରକାରୀ ଦର ୨୬୬ ଟଙ୍କା ରହିଛି । କିନ୍ତୁ ବେପାରୀମାନେ ୩୮୦ /୩୬୦ ଟଙ୍କା ଚଢ଼ା ଦରରେ ବିକ୍ରି ହେଉଛି । ଉକ୍ତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଟିଟିଲାଗଡ଼ ଓ ସଇଁତଲା ଦାୟିତ୍ୱରେ ରହିଥିବା ଯୋଗୁଁ ମନମୁଖୀ ଆସୁଥିଲା ବେଳେ ଚାଷୀ ନଭେଟି ନିରାଶ ହୋଇ ଘରକୁ ଫେରୁଛନ୍ତି । ଏହା ଦ୍ୱାରା ବେପାରୀମାନେ ବେଧଡ଼କ ସାର କଳାବଜାରୀ କରୁଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ଯେଉଁ ସହକାରୀ ଅଧିକାରୀମାନେ ଅଛନ୍ତି ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି । ଏହାର ସୁଯୋଗ ନେଇ ବେଳଗାଁ ସହକାରୀ କୃଷି ଅଧିକାରୀ ତଥା ଅନ୍ୟ ଗ୍ରାମ୍ୟ କୃଷି କର୍ମଚାରୀମାନେ ମଧ୍ୟ ନିଜ ଏରିଆମାନଙ୍କୁ ଠିକ୍‌ ଭାବରେ ନଯିବା ଯୋଗୁଁ ଚାଷୀମାନେ ସଚେତନତା ଅଭାବ ଯୋଗୁଁ ବେପାରୀମାନଙ୍କ ହାବୁଡ଼ରେ ପଡି ଚାଷୀମାନେ ତ୍ରାହି ତ୍ରାହି ଡାକୁଛନ୍ତି । ଏହି ବ୍ଲକର ବେଲଗାଁ, କରମତଳା, ଟିକ୍ରାପଡା, ଘୁନସର, କଂସର, ଆମ୍ବପାଲି, ଭଦ୍ରା, ବରଗାଁ, ସଇଁତଲା, ଛନଛଡା ଆଦି ଅଞ୍ଚଳଗୁଡିକରେ ବିନା ଲାଇସେନ୍ସ ଥିବା ସାର ବେପାରୀ ମାନେ କଳାବଜାରୀ କରି ବେଶ ମାଲାମାଲ ହେଉଥିବା ଅଭିଯୋଗ ହେଉଛି । ଏପରିକି ଗ୍ରାମାଞ୍ଚଳ ଗୁଡିକରେ ନକଲି ସାର ବିକ୍ରି ହେଉଥିବାରୁ ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନକଲି ସାର ଓ କୀଟନାଶକ ଯୋଗୁଁ ଧାନ ମଧ୍ୟ ଅମଳ ହେଉନାହିଁ । ଫଳରେ ଚାଷୀ ଧାର କରଜ ସୁଝି ନପାରି ଶେଷରେ ଆତ୍ମହତ୍ୟା କରୁଥିବା ବାଧ୍ୟ ହେଉଛନ୍ତି । ସାର ବେପାରୀ ଓ କୃଷି କର୍ମଚାରୀମାନଙ୍କ ଅବହେଳା ଓ ମନମୁଖୀ କାରବାର ଯୋଗୁଁ ଚାଷୀମାନେ ବହୁ ଦୁର୍ଦଶା ଭୋଗ କରୁଛନ୍ତି । ଚାଷୀ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନକରି କଲାବେପାରୀମାନଙ୍କୁ ଭିତିରିଆ ସହଯୋଗ କରୁଥିବା ଅଭିଯୋଗ ହେଉଛି । ବିଶେଷ କରି ଗ୍ରାମାଞ୍ଚଳ ଗୁଡିକରେ ସାରବେପାରୀଙ୍କୁ ରାସାୟନିକ ସାର ଓ କୀଟନାଶକ ବିକ୍ରୟ କରିବା ପାଇଁ ବିଜ୍ଞାନ ପାଠ୍ୟକ୍ରମରେ ଅଧ୍ୟୟନ ହାସଲ କରି ଥିବା ଲୋକଙ୍କୁ ହିଁ ଲାଇସେନ୍ସ ମିଳିବା କଥା । କିନ୍ତୁ କିଛି ହାତଗୁଞ୍ଜା ନେଇ ଯାହା ତାହାକୁ ଲାଇସେନ୍ସ ପ୍ରଦାନ କରୁଥିବା ଅଭିଯୋଗ ହେଉଛି । ଏପରିକି ସାର ଗୁଡିକ ଗୋଦାମରେ କେତେ ଗଛିତ ଅଛି, ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି ନା ନାହିଁ ତାହାର ତଦନ୍ତ ମଧ୍ୟ କୃଷି ଅଧିକାରୀ କରୁ ନଥିବା ଯୋଗୁଁ ସାର କଳାବଜାରୀ ତଥା ନକଲି ସାର ଆଣି ବେପାରୀମାନେ ମାର୍କେଟରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏନେଇ ଦାୟିତ୍ୱରେ ଥିବା କୃଷି ଅଧିକାରୀ ଭକ୍ତ ଚରଣ ଛତ୍ରିଆଙ୍କୁ ପଚାରିବାରୁ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଗଠନ କରାଯିବ ଓ ଚଢ଼ା ଦରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ । ଏଣୁ ଏହାର ନିରପେକ୍ଷ ତଦନ୍ତ କରି ନକଲି ସାର ବିକ୍ରୟ କରୁଥିବା ବେପାରୀ ଓ ବିନା ଲାଇସେନ୍ସରେ ବିକ୍ରୟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଚାଷୀ ନେତା ତଥା କେରମେଲି ସମିତି ସଭ୍ୟ ନବୀନ ରଣା ଦାବୀ ଉଠାଇଛନ୍ତି । ଯଦି ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଚାଷୀ ମାନେ ରାଜରାସ୍ତାକୁ ଓଲାଇବେ ବୋଲି ଚାଷୀ ସାମୁଏଲ ନନ୍ଦ, ଅମନ ନନ୍ଦ, ଗୋବର୍ଦ୍ଧନ ରଣା, ନବୀନ ରଣାଙ୍କ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.