oom

ପାଣି ଭର୍ତ୍ତି ଗାତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

jsmm

କଂଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ଥାନା ବଡ଼ବାଙ୍କୀ ଗ୍ରାମ ନିକଟରେ ଥିବା ଏକ ପାଣି ଭତ୍ତି ଗାତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଯୁବକ ଜଣକ ହେଉଛନ୍ତି ବଡବାଙ୍କି ଗ୍ରାମର ଜଳନ୍ଧର ମାଝି(୧୯ ) । ସେ ଶୁକ୍ରବାର ଦିନ ସନ୍ଧ୍ୟାରେ ଶୌଚ ପାଇଁ ଘରୁ ବାହାରି ଘରକୁ ନଫେରିବାରୁ ଘର ଲୋକେ ତାଙ୍କୁ ରାତି ସାରା ଖୋଜାଖୋଜି କରିବା ପରେ ବଡ଼ବାଙ୍କୀ ଗ୍ରାମରେ ନିର୍ମାଣାଧୀନ ସ୍କୁଲ ବିଲଡିଂ ପାଖରେ ଥିବା ଏକ ପାଣି ଭର୍ତ୍ତି ଗାତ ପାଖରେ ଜଳନ୍ଧରଙ୍କ କପଡ଼ା, ଚପଳ ଏବଂ ମୋବାଇଲ ଫୋନ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାର ସୂଚନା ତୁରେକେଲା ପୋଲିସକୁ ଦେବା ପରେ ତୁରେକେଲା ପୋଲିସ ଘଟଣା ସ୍ଥଳରେ ପହଂଚି ଦମକଳ ବାହୀନି ସାହାଯ୍ୟରେ ଯୁବକଙ୍କ ମୃତ ଦେହ ସେହି ପାଣି ଭର୍ତ୍ତି ଗାତ ଭିତରୁ ବାହାର କରିଥିଲେ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଦଳ ପହଂଚି ଅଧିକ ତଦନ୍ତ ଚଳାଇଛି । ତେବେ ଏହି ସ୍କୁଲ ବିଲ୍ଡିଙ୍ଗ କାର୍ଯ୍ୟ କାନୁଟ ଗ୍ରାମର ଜଣେ ଠିକାଦାର ବାହାର ରାଜ୍ୟରୁ କିଛି ଶ୍ରମିକମାନଙ୍କୁ ଆଣି କରାଉଥିବା ବେଳେ ଗତ ରାତିରୁ ସେହି ବିଲ୍ଡିଂ କାମ କରୁଥିବା ସେହି ବାହାର ରାଜ୍ୟର ଶ୍ରମିକ ମାନେ ମଧ୍ୟ କାମ ଛାଡି ଫେରାର ମାରିଛନ୍ତି । ତେଣୁ ଏହା ହତ୍ୟା ହୋଇଥାଇ ପାରେ ବୋଲି ପରିବାର ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.