ଗୋଇମୁଣ୍ଡରେ ଜେଲ ଫେରନ୍ତା ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା ସହ ଲୁଟ୍‌ପାଟ୍‌ ଅଭିଯୋଗ : ୩ ଗିରଫ, କୋର୍ଟ ଚାଲାଣ, ଜେଲ ଗଲେ

  • ଜଣେ ବିଧବା ମହିଳାଙ୍କୁ ଅସଦାଚରଣ ଓ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଜେଲ ଯାଇଥିଲେ ସ୍ୱାମୀସ୍ତ୍ରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମର ଜଣେ ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ତାଙ୍କ ଘର ଭଙ୍ଗାରୁଜା ସହ ଲୁଟ୍‌ପାଟ୍‌ ଅଭିଯୋଗରେ ଗ୍ରାମର ୩ ଜଣ ବିଦେଶୀ ବାଗ(୫୮), ଢ଼କର ବାଗ(୨୮) ଓ ଜୟସିଂହ ବାଗ(୨୬)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗୋଇମୁଣ୍ଡ ଗ୍ରାମର ଜେଲ୍‌ ଫେରନ୍ତା ରାଜୁ ବାଗ(୪୫) ଓ ତାଙ୍କ ପତ୍ନୀ ଶଙ୍ଖା ବାଗ(୪୦)ଗ୍ରାମର ଗୌରୀ ବାଗ(୪୩) ନାମକ ଜଣେ ବିଧବା ମହିଳାଙ୍କୁ ଅସଦାଚରଣ ପରେ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଥାନା କେଶ ନଂ ୨୪୧/୨୩ରେ ଉଭୟ ଗତ ୦୪/୧୦/୨୩ରେ ଜେଲ୍‌ ଯାଇଥିଲେ । ସ୍ୱାମୀସ୍ତ୍ରୀ ଦୀର୍ଘ ୯ ମାସରୁ ଅଧିକ ସମୟ ଜେଲ୍‌ରେ ରହିବା ପରେ ଜେଲ୍‌ରୁ ବାହାରିଥିଲେ । ସେମାନେ ଘରକୁ ଫେରିବା ପରେ ତାଙ୍କ ଘର ସବୁ ଭଙ୍ଗାରୁଜା ସହ ଲୁଟ୍‌ପାଟ୍‌ କରାଯାଇ ବହୁ ଜିନିଷପତ୍ର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଜେଲ୍‌ ଫେରନ୍ତା ରାଜୁ ଏ ସମ୍ପର୍କରେ ଗ୍ରାମର ୧୫ରୁ ଅଧିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଥାନା କେଶ ନଂ ୨୩୧/୨୪ ରୁଜୁ କରି ସବଇନସ୍ପେକ୍ଟର ପ୍ରମୋଦ କୁମାର ପଧାନ ଘଟଣାର ଅଧିକ ତଦନ୍ତ ଜାରି ରଖିଥିଲେ । ପୂର୍ବ ଶତୃତାରୁ ଜେଲ୍‌ ଫେରନ୍ତାଙ୍କ ଘର ଭଙ୍ଗାରୁଜା ସହ ଲୁଟ୍‌ପାଟ୍‌ ଅଭିଯୋଗରେ ଗୋଇମୁଣ୍ଡ ଗ୍ରାମର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ଓ ଫେରାର ଅନ୍ୟମାନଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.