ଖୋଲାଣ କଲେଜରେ ନିଆଯାଉଛି ଫିସ୍‌ : ରସିଦ ଦେଉନଥିବା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାଣ ଗ୍ରାମ ପଞ୍ଚାୟତରେ ଦ୍ୱିତୀୟ ବର୍ଷ ପାଇଁ ନାମ ଲେଖା ଚାଲିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ୨୧୦୦ ଟଙ୍କା ନିଆଯାଉଛି ତାହା ପୁଣି ବିନା ରସିଦରେ । ଏ ବିଷୟରେ ସ୍ଥାନୀୟ ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ ପଚାରିବାରୁ ସେ କଲେଜ ଇନ୍‌ଚାର୍ଜ ପ୍ରଭାତ ରଥଙ୍କୁ ଫୋନ୍‌ ଯୋଗେ ପଚାରି ନାମ ଲେଖା ଫିସ୍‌ ବାବଦକୁ ୧୦୮୫ ଟଙ୍କା, ଅନ୍ୟ ବାବଦକୁ ଆଉ ୧୦୧୫ ଟଙ୍କା ନିଆଯାଉଛି, ଯାହାକି କଲେଜ ଉନ୍ନୟନ ପାଇଁ ୨୦୦, ଛାତ୍ର ଛାତ୍ରୀ ମାନଙ୍କ ଡ୍ରେସ୍‌ ପାଇଁ ୭୦୦ ଟଙ୍କା, ପୁଜା ପାଇଁ ୧୦୦ ଟଙ୍କା ନିଆଯାଉଛି ବୋଲି ପ୍ରକାଶ କରିଥିବା ସରପଞ୍ଚ ନରେଶ ଅଗ୍ରୱାଲ ସୂଚନା ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ବିନା ରସିଦରେ କାହିଁକି ଟଙ୍କା ଆଦାୟ କରାଯାଉଛି ଯଦି ଫିସ୍‌ ବାବଦକୁ ଟଙ୍କା ନେଉଛନ୍ତି ତାହେଲେ ରସିଦ କେଉଁ କେଉଁ ବାବଦକୁ କେତେ ଟଙ୍କା ନିଆଯାଉଛି ସେ ବିଷୟରେ ଲେଖୁ ନାହାନ୍ତି କି ରସିଦ ଦେଉ ନାହାନ୍ତି କାହିଁକି ? କଲେଜ ତରଫରୁ ଡ୍ରେସ୍‌ ଯୋଗାଇବା ପାଇଁ କଣ କିଛି ସରକାରୀ ନୀୟମ୍ ରହିଚିକି ? ଏ ବିଷୟରେ ଛାତ୍ରଛାତ୍ରୀ କଲେଜ କତୃପକ୍ଷଙ୍କୁ ଡରରେ ପଚାରୁ ନଥିବା ବେଳେ ଖୋଲାନ୍‌ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ଏନେଇ ନାନା ମତ ପ୍ରକାଶ କରିଛନ୍ତି । କଲେଜ ପିଲା ନିଜ ଇଚ୍ଛାରେ ଯେଉଁଠୁ ବି ଡ୍ରେସ୍‌ କିଣି ପାରିବେ କିମ୍ବା କପଡ଼ା କିଣି ସିଲେଇ ପାରିବେ, ଏହି କଲେଜରେ ଏ ନିୟମ କିୟେ କଲା ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ସେହିପରି କଲେଜ ଉନ୍ନୟନ ପାଇଁ ୨୦୦ ଟଙ୍କା କାହିଁକି ନିଆଯାଉଚି ? ସରକାର କଣ ଉନ୍ନୟନ ପାଇଁ ପାଣ୍ଠି ଯୋଗାଇ ଦେଉ ନାହାନ୍ତି କି ? ଏ ଦିଗରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୃଷ୍ଟି ଦେଇ ତଦନ୍ତ କରିବା ସହ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.