ତରଭା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୧୮ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ୦୫ ଗୋଟି ସାମୁହିକ ଦରଖାସ୍ତ ରହିଥିବା ବେଳେ ୧୩ ଗୋଟି ବ୍ୟକ୍ତିଗତ ଦରଖାସ୍ତ ରହିଛି । ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତ ମଧ୍ୟରୁ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଦରଖାସ୍ତଗୁଡିକୁ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ତରଭା ବିଡିଓ ଅନିଲ କୁମାର କୁଲୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଅଶ୍ବିନୀ ମେହେର, ଉପ ଜିଲ୍ଲାପାଳ ସୋନପୁର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ବିଶ୍ୱ ରଞ୍ଜନ ପତି, ଅଧିକ୍ଷଣ ଯନ୍ତ୍ରୀ ପିଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ, ଅଧିକ୍ଷଣ ଯନ୍ତ୍ରୀ ଆର ଡବ୍ଲୁ ଏସ୍‌ଏସ୍‌ ଇଂ ଶ୍ରୀକାନ୍ତ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଏସିଏଫ୍‌ ପ୍ରଫୁଲ୍ଲ କୁମାର ଧରୁଆ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ନିର୍ବାହୀଯନ୍ତ୍ରୀ ଟିପିଡବ୍ଲୁଓଡିଏଲ୍‌ ଅଶୋକ କୁମାର ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଏସିଏସ ଯୋଗେଶ୍ୱର ସାଏ, ଏସ୍‌ଏଆର୍‌ସିଏସ୍‌ ସିଦ୍ଧାର୍ଥ ଶଙ୍କର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ତହସିଲଦାର ତରଭା କିର୍ତ୍ତୀ ଚନ୍ଦ୍ର ପ୍ରଧାନ, ଆଇଆଇସି ତରଭା ଅନିତା କିଣ୍ଡୋ ଏବଂ ଅନ୍ୟାନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ରାୟ, ଗର୍ଜା- ଝାରତରଭା ନିବାସୀ ଜଳନ୍ଧର ଦଳବେହେରାଙ୍କୁ ମଧୁବାବୁ ପେନସନ ଯୋଜନାରେ ମଞ୍ଜୁର ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା ପ୍ରଦାନ କରିଥିଲେ । ଶିବିର ପରିଚାଳନାରେ ସମସ୍ତ ବ୍ଲକସ୍ତରୀୟ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.