ସରକାରୀ ଜମିରେ ଦୋକାନ ଘର ନିର୍ମାଣ : ସ୍ଥାନୀୟ ଲୋକଙ୍କ ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବେଆଇନ ଭାବେ ନୂତନ ଦୋକାନ ଗୃହ ନିର୍ମାଣ କରୁଥିବା ବେଳେ ସରକାରୀ ଜମିରେ ଦୋକାନ ଗୃହ ନିର୍ମାଣ କରୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି । ପ୍ରାପ୍ତ ସୁଚନା ଅନୁସାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗେଟ୍ ସମ୍ମୁଖରେ ଦୀର୍ଘଦିନ ହେଲା ଘଣ୍ଟିଗୁଡା ପଞ୍ଚାୟତ ସରଧାପୁର ଗ୍ରାମର ଜଣେ ବ୍ୟକ୍ତି ଏକ ଠେଲା ଦୋକାନ କରି ଚା’ ଘୁଟୁଖା ବିକ୍ରୀ କରି ନିଜ ଭରଣପୋଷଣ କରୁଥିଲେ । ହେଲେ ଉକ୍ତ ବ୍ୟକ୍ତି ଜଣକ ଠେଲାକୁ ହଟାଇ ସେହି ସ୍ଥାନରେ ବଡ ଆକାରରେ ଇଟା ଘର ଦୋକାନ ପାଇଁ କାହାକୁ ନଜଣାଇ ବେଆଇନ ଭାବେ ରାତାରାତି ଗୃହ ନିର୍ମାଣ କରୁଥିବା ଅଭିଯୋଗ ହେଉଛି । ଏହି ଦୋକାନଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଗେଟ୍ ସମ୍ମୁଖକୁ ଲାଗି ନିର୍ମାଣ କରୁଥିବା ବେଳେ ଅନେକ ଘଟଣା ଘଟିବା ନେଇ ସଂଙ୍କେତ ଦେଉଛି ବୋଳି ମତପ୍ରକାଶ ପାଉଛି । ଉକ୍ତ ସ୍ଥାନଟି ସରକାରୀ ଜମି ହୋଇଥିବା ବେଳେ କାହାକୁ ନଜଣାଇ ରାତାରାତି ଦୋକାନ ଗୃହ ନିର୍ମାଣ କରୁଥିବା ବେଳେ ସ୍ଥାନୀୟ ଲୋକେ ସକାଳ ସମୟରେ ଦେଖି ଚମକି ପଡିଥିଲେ । ପରେ ସେହି ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ କେମିତି ବେଆଇନ ଭାବେ ଦୋକାନ ଘର ନିର୍ମାଣ କରୁଥିବା ନେଇ ପଚାରିବାରୁ ମୁଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଜଣାଇଛି । ଅଧିକାରୀଙ୍କ ପରାମର୍ଶ ନେଇ ଦୋକାନ ଘର ନିର୍ମାଣ କରୁଛି ବୋଲି ସେ କହିଥିଲେ । ଅପରପକ୍ଷେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀ ନାଏକଙ୍କୁ ପଚାରିବାରୁ ସେହି ସ୍ଥାନଟି ହସପିଟାଲ ଭିତରେ ନାହିଁ । ହସପିଟାଲ ମୁଖ୍ୟ ଗେଟ୍ ସମ୍ମୁଖରେ ବ୍ୟକ୍ତି ଜଣକ ଦୋକାନ ଘର ନିର୍ମାଣ କରୁଥିବା ବେଳେ ବିଭିନ୍ନ ପ୍ରକାର ଗାଡିମଟର ଯାତାୟାତରେ ଅସୁବିଧା ହେବ ଏଠାରେ ଦୋକାନ ଘର ନିର୍ମାଣ କରନି ବୋଲି ମନା କରିଛି । ମୁଁ ସେହି ବ୍ୟକ୍ତିଙ୍କୁ ଘର ନିର୍ମାଣ କରିବା ନେଇ କହିନାହିଁ । ବରଂ ମନା କରିଛି ବୋଲି କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ସ୍ଥାନଟି ସରକାରୀ ଜମି ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଗେଟ୍‌କୁ ଲାଗି ଗ୍ୟୃହ ନିର୍ମାଣ ହେଉଛି । ଏଣୁ ଯାତାୟାତ ତଥା ଅନ୍ୟାନ୍ୟ ସମସ୍ୟାର ମଧ୍ୟ ସମ୍ମୁଖିନ ଆଗକୁ ହେବାକୁ ପଡିବ ବୋଲି ଅନୁମାନ ହେଉଛି । ଏନେଇ ଉକ୍ତ ସ୍ଥାନରେ ଦୋକାନ ଘର ନିର୍ମାଣ ନକରିବାକୁ ସାଧାରଣରେ ଦାବୀ ହେଉଛି । ଏନେଇ ସିନାପାଲି ତହସିଲଦାର ଲୋକନାଥ ଶବରଙ୍କୁ ପଚାରିବାରୁ ମୁଁ ଜାଣିନଥିଲି ଆପଣଙ୍କ ଠାରୁ ସୂଚନା ମିଲିଛି । ବର୍ତ୍ତମାନ ଅଫିସ ଷ୍ଟାପ୍ ପଠାଇ ତଦନ୍ତ କରି ଦୋକାନ ଘର ନିର୍ମାଣ ବନ୍ଦ କରିବାକୁ କହିଛନ୍ତି । ଉକ୍ତ ଦୋକାନ ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରିନଥିଲା ।

Leave A Reply

Your email address will not be published.