ବନ୍ଧୁକ ଦେଖାଇ ଦୋକାନୀଙ୍କଠାରୁ ସୁନା ଓ ରୂପା ଗହଣା ଲୁଟ ଅଭିଯୋଗ : ଡେଲାଙ୍ଗ ପୋଲିସ ପକ୍ଷରୁ ତନାଘନା ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଧିନ ଘୋରଡିଆ ବଜାରରେ ଥିବା ସାଇ ଜୁଏଲାରୀ ଗହଣା ଦୋକାନ ମାଲିକ ଶୁସାନ୍ତ ପୌଦାରଙ୍କଠାରୁ ଦୁର୍ବୁତମାନେ ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଦୋକାନ ମାଲିକ ଶୁସାନ୍ତ ଗତ ୧୭ ତାରିଖ ରାତ୍ର ୯.୩୦ରେ ଦୋକାନ ବନ୍ଦ କରି ଘରକୁ ଯିବାକୁ ବାହାରୁଥିବା ସମୟରେ ୨ ଜଣ ଦୃର୍ବୁତ୍ତ ଏକ ନାଲି ରଙ୍ଗର ବାଇକରେ ଆସି ସୁସାନ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଓ ରୂପା ଗହଣା ଥିବା ବ୍ୟାଗକୁ ତାଙ୍କଠାରୁ ଲୁଟିନେଇଥିଲେ । ଏହା ସହିତ ବେକରେ ପିନ୍ଧିଥିବା ସୁନାଚେନ୍‌ ଓ ମୋବାଇଲ ଫୋନ ଛଡାଇ ନେଇ ଦ୍ରୁତ ଗତିରେ ପଳାଇଥିଲେ । ଲୁଟ ହୋଇଥିବା ଜିନିଷର ମୂଲ୍ୟ ଆନୁମାନିକ ୧୫ ଲକ୍ଷ ହେବ ବୋଲି ଦୋକାନୀ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇ ଡେଲାଙ୍ଗ ଥାନା ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ଓ ସ୍ପେସିଆଲ ସ୍ୱାର୍ଡ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଡେଲାଙ୍ଗ ଆଇଆଇସି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.