oom

ଗାଧୁଆ ତୁଠରୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ

jsmm

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ କାନ୍ଦୁଲକୋନା ଗ୍ରାମର ଜୈନିକ ବିବାହିତା ମହିଳାଙ୍କୁ ଗାଧୁଆ ତୁଠରୁ ଉଠାଇ ନେଇ ୨ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ଏନେଇ ସିନାପାଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭତ୍ତି କରି ସିନାପାଲି ଥାନା ପକ୍ଷରୁ ୨ଜଣ ଅଭିଯୁକ୍ତଙ୍କୁ କୋଟ୍ ଚାଲଣ କରାଯାଇଥିବା ବେଳେ ଅଭିଯୁକ୍ତ ମାନେ ଜେଲ୍ କାରାଦଣ୍ଡରେ ବନ୍ଦୀ ରହିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଗତକାଲି ସିନାପାଲି ବ୍ଲକ ଯାଦବ ସମାଜର ଏକ ବୈଠକ କେନ୍ଦୁମୁଣ୍ତା ପଞ୍ଚାୟତ କାନ୍ଦୁଲକୋନାଠାରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ୨ଜଣ ଅଭିଯୁକ୍ତଙ୍କୁ ଫାସି ଦଣ୍ଡ ମିଳିବା କଥା ଯାହା ଫଳରେ ଆଗାମୀ ଦିନରେ କୌଣସି ବ୍ୟକ୍ତି ଏମିତ ଦୁଷ୍କର୍ମ କରିବାକୁ ସାହାସ କରି ପାରିବ ନାହିଁ ବୋଲି ସମାଜର ଅନେକ ଲୋକ ପ୍ରକାଶ କରିଛନ୍ତି । ଯଦି ଆଗାମୀ ଦିନରେ ଅଭିଯୁକ୍ତ ମାନଙ୍କୁ ଫାସିଦଣ୍ଡ ନମିଳେ ତେବେ ସିନାପାଲି ଥାନା ଘେରାଉ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ନୂଆପଡା ଜିଲ୍ଲା ଯାଦବ ସମାଜ ସମ୍ପାଦକ ଲମ୍ୱୋଦର ନିଆଲ, ଜିଲ୍ଲା ଯାଦବ ସମାଜ ସଭାନେତ୍ରୀ ମମତା ମଂଜୁରୀ ଥାପା, ଖରିଆର ବ୍ଲକ ଯାଦବ ସମାଜ ସଭାପତି ସନ୍ତୋଷ ନିଆଲ, ଚାରିଗଡ ସମାଜ ସଭାପତି କେନୁରମ୍ ୟାଦବ୍, କେନ୍ଦୁମୁଣ୍ତା ଆଞ୍ଚଳିକ ଯାଦବ ସମାଜ ସଭାପତି କାମଦେବ ହଂସ, କେନ୍ଦୁମୁଣ୍ତା ଆଞ୍ଚଳିକ ଯାଦବ ସମାଜ ସଂପାଦକ ଗଣେଶ ପୋଡ, ସିନାପାଲି ଯାଦବ ସମାଜ ଲିଙ୍ଗରାଜ ଘିଭେଲା, କେନ୍ଦୁମୁଣ୍ତା ସରପଂଚ କ୍ଷୀରମତି ମାଝି, ପୁର୍ବତନ ସରପଂଚ କୈଲାଶ ବାଗ, ରାମଜିତ ବେମାଲ ସମେତ ସମାଜର ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.